କନକ ବ୍ୟୁରୋ :  ସବୁ ବର୍ଷ ବଜେଟ୍ ପ୍ରସ୍ତୁତ କରାଯାଇଥାଏ । ଲୋକମାନେ ଚାହିଁ ବସିଥାଆନ୍ତି କି ବଜେଟରେ ଏଥର ନିଶ୍ଚିତ କିଛି ବିଶେଷ ସୁବିଧା ସୁଯୋଗ ମିଳିବ । ଯେତେବେଳେ ପ୍ରଥମ ଥର ପାଇଁ  ସାଧାରଣ   ବଜେଟ୍ ଓ ରେଳ ବଜେଟକୁ ନେଇ ଏକ କାମଚଳା ବଜେଟ୍ ପ୍ରକାଶ ପାଇଥିଲା , ସେତେବେଳେ ସବୁଠାରୁ ପ୍ରଥମ ବୈଦେଶିକ ମନ୍ତ୍ରୀ ଅରୁଣ ଜେଟଲି ସେହି  ବଜେଟକୁ ପ୍ରସ୍ତୁତ କରିଥିଲେ । ପ୍ରଥମେ ୨୦୨୭ ମସିହାରେ ରେଳ ବଜେଟ୍ ଉପରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ।

Advertisment

ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରେବୁଆରି ୧ ତାରିଖରେ ବଜେଟ୍ ପ୍ରସ୍ତୁତ କରିବେ । ଅର୍ଥମନ୍ତ୍ରୀ ହିସାବରେ ସେ ନବମ ଥର ପାଇଁ ବଜେଟ୍ ଲୋକଲୋଚନକୁ ଆଣିବେ  ।  ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ ୫ ଜୁଲାଇ ୨୦୧୯ ମସିହାରେ । ମୋଦୀ ସରକାର ଆସିବା ପରେ ଅନେକ ପରିବର୍ତ୍ତନ ହୋଇଛି । ଅନେକ ପୁରୁଣା ପରମ୍ପରା ମଧ୍ୟ ବଦଳିଛି । ଯେଉଁଥିରେ ରେଳ ବଜେଟ୍ ମଧ୍ୟ ସାମିଲ ଅଛି ।

ମୋଦି ସରକାର ଆସିବା ପରେ ୨୦୧୭ ମସିହାରେ ଏହି ସବୁ ପରିବର୍ତ୍ତନ ହୋଇଥିଲା । ମୋଦି ସରକାର ସାଧାରଣ  ବଜେଟ ଓ ରେଳ ବଜେଟକୁ ଅଲଗା ଅଲଗା ପ୍ରସ୍ତୁତ କରିବା ପରମ୍ପରାକୁ ଭାଙ୍ଗିଥିଲେ । ଯାହାପରେ ରେଳ ବଜେଟ୍ ଓ ୟୁନିଅନ୍ ବଜେଟ୍ ଏକା ସାଙ୍ଗରେ ପ୍ରସ୍ତୁତ କରାଯାଇଥିଲା । ବଜେଟ୍ ଇତିହାସ ବିଷୟରେ ଯଦି ଆମେ ଦେଖିବା ତେବେ ଆଗରୁ ଦେଶ ୨ ଥର ବଜେଟ୍ ଉପସ୍ଥାପନ କରୁଥିଲା । ଯେଉଁଥିରେ ପ୍ରଥମ ରେଳ ବଜେଟ୍ ଓ ଦ୍ବିତୀୟରେ ସାଧାରଣ  ବଜେଟ୍ ଥିଲା । ସାଧାରଣ ବଜେଟରେ ସରକାରୀ ଶିକ୍ଷା, ସ୍ବାସ୍ଥ୍ୟ, ଦେଶର ଆର୍ଥିକ ବିକାଶ ଏହି ସବୁ  ଦିଗ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା । ରେଳ ସମ୍ବନ୍ଧୀୟ ଘୋଷଣା ସବୁ ଅନ୍ୟ ଏକ ବଜେଟରେ ଉପସ୍ଥାପନ କରାଯାଉଥିଲା । 

ଅଧିକ ପଢନ୍ତୁ : ଭେନେଜୁଏଲା ପରେ ଏବେ କ୍ୟୁବା ପାଳି; ଶାସନ ପରିବର୍ତ୍ତନ ପାଇଁ ଟ୍ରମ୍ପ ପ୍ରଶାସନର ପ୍ରସ୍ତୁତି

 
ରେଳ ବଜେଟର ପରମ୍ପରା :- 
ରେଳ ବଜେଟ୍ ପ୍ରଥମ ଥର ପାଇଁ ୧୯୨୪ ମସିହାରେ ବ୍ରିଟିଶ୍ ଶାସନ କାଳରେ ଉପସ୍ଥାପନ କରାଯାଇଥିଲା । ଏହା ପରେ ଯେଉଁଦିନ ବଜେଟ୍ ଉପସ୍ଥାପନ କରିବାର ଥାଏ ପ୍ରଥମେ ସାଧାରଣ  ବଜେଟ୍ ଏବଂ ତାହା ପର ଦିନ ରେଳ ବଜେଟ୍ ଉପସ୍ଥାପନ କରାଯାଇଥାଏ । କିନ୍ତୁ ଭାରତ ସରକାର ୨୦୧୭ ମସିହାରେ ସାଧାରଣ  ବଜେଟ୍ ସହ ରେଳ ବଜେଟକୁ ମିଶାଇ ଦେଇଥିଲେ । ଏହା ପରେ ସଂସଦ ଭବନରେ ୧ ଫ୍ରେବୁଆରି ଠାରୁ ଗୋଟିଏ ବଜେଟ୍ ଆକାରରେ ଉପସ୍ଥାପନ କରାଗଲା ।

ଦୀର୍ଘବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ଭଙ୍ଗ କରାଯାଇଥିଲା। ପରେ କମନ୍ ବଜେଟ୍ ପ୍ରସ୍ତୁତ କରାଯାଇଥିଲା  । ପ୍ରଥମ ସାଂସଦ ସଂସଦରେ ଉପସ୍ଥାପନ କରିଥିଲେ ମନ୍ତ୍ରୀ  ଅରୁଣ ଜେଟଲୀ । ଏଠାରେ  ଉଲ୍ଲେଖ ଯୋଗ୍ୟ    ସରକାରଙ୍କୁ ଏହି ପରିବର୍ତ୍ତନ କିଏ ସୁପାରିଶ କରିଥିଲେ ?  ତେଣୁ, ଜଣାଇ ଦିଆଯାଉଛି ଯେ ନୀତି ଆୟୋଗ ବ୍ରିଟିଶ ଶାସନ ସମୟ.. ସମୟରୁ ଚାଲିଆସୁଥିବା ଏହି ପରମ୍ପରାକୁ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ।