କନକ ବ୍ୟୁରୋ : ବିକାଶ ଏଠି ଅପହଞ୍ଚ। ନା ଅଛି ରାସ୍ତା ନା ଅଛି ଆଲୁଅ। ସଂଧ୍ୟା ହେଲେ ଗାଁରେ ପଡିଯାଏ ତାଟି କଟାବ। ବିକାଶ କ’ଣ ଜାଣିନଥିବା ଲୋକ ଗଞ୍ଜେଇ ଚାଷକୁ କରିଛନ୍ତି ଭରସା। କିଏ ନିଜେ ଚାଷ କରୁଛି ତ ଆଉ କିଏ ମାଫିଆଙ୍କ ହାତ ବାରିଶି ସାଜିଛି । କିଛି ପଇସା ମିଳିଲେ ପରିବାର ଚଳିଯାଉଛି । 

Advertisment

ଅଧିକ ପଢ଼ନ୍ତୁ:ସରକାରଙ୍କ ଉପରେ ଭରସା କରିପାରୁନାହାଁନ୍ତି ପ୍ରାଥମିକ ଶିକ୍ଷକ, ଦୁଇଦଫା ଦାବି ନେଇ ପୁଣି ରାଜଧାନୀରେ ଗୁରୁଙ୍କ ଗୁରୁ ଗର୍ଜନ

ଦିନେ ମାଓ ଅଞ୍ଚଳ ରୂପେ ପରିଚିତ ଥିଲା କୋରାପୁଟ ବୈପାରୀଗୁଡ଼ାର ଦଣ୍ଡାବଡ଼ି। ଆଜି ଗଞ୍ଜେଇ ଚାଷ ପାଇଁ ଜଣାଶୁଣା। ମାଓବାଦୀ ସିନା ନାହାନ୍ତି, ହେଲେ ସେମାନଙ୍କ ରୋଜଗାରର ମାଧ୍ୟମକୁ ଆପଣାଇ ନେଇଛନ୍ତି ଏଠାକାର ବାସିନ୍ଦା । ବାରମ୍ବାର ପୋଲିସ ଚଢାଉ କରୁଛି, ଚାଷ ନଷ୍ଟ କରୁଛି। ହେଲେ ପୁଣି ସେଠାରେ ଆରମ୍ଭ ହୋଇଯାଉଛି ଚାଷ। ଗଞ୍ଜେଇ ଚାଷ ପାଇଁ କୌଣସି ସମୟ ନଥାଏ। କେବଳ ଆବଶ୍ୟକ ପାଣି। ପାହାଡରୁ ଝରି ଆସୁଥିବା ଝରଣା ପାଣି ହେଉ କି ନଦୀପଠାରେ ଚାଷ କରିବା ପାଇଁ ବହୁତ ସୁବିଧା।

ଅଧିକ ପଢ଼ନ୍ତୁ:ଆହୁରି ସୁନ୍ଦର ଦିଶିବ ପର୍ଯ୍ୟଟନ ସହର ପୁରୀ, କଳେବର ବଢ଼ିବା ପୂର୍ବରୁ ସ୍ୱଚ୍ଛତାକୁ ଗୁରୁତ୍ୱ

 ଗଞ୍ଜେଇର ମୂଲ୍ୟ ସିନା ଅଧିକ, ହେଲେ ଏଠାକାର ଲୋକ ଗରିବ। ଦଣ୍ଡାବଡ଼ି ପଞ୍ଚାୟତର ଚିପକୁର ଗାଁ। ବିକାଶ ଏଠି ସାତସପନ। ଲୋକଙ୍କ ପାଖରେ ପହଞ୍ଚିନି ସରକାରୀ ଯୋଜନା। ଏହି ଗୋଟିଏ ଗାଁ ନୁହଁ ଅନେକ ଗାଁର ଅବସ୍ଥା ସମାନ। ଗାଁରେ ନାହିଁ ଗୋଟିଏ ବି ପ୍ରଧାନମନ୍ତ୍ରୀ ଆବାସ। ରାସ୍ତା ଓ ଆଲୁଅ କଥା ନକହିବା ଭଲ। କେବଳ ପ୍ରତିଶ୍ରୁତିରେ ଅଟକି ରହିଛି ବିକାଶ। ଫଳରେ ଏମାନଙ୍କ ରୋଜଗାରର ମାଧ୍ୟମ ସାଜିଛି ଗଞ୍ଜେଇ ଚାଷ ।  ବିକାଶ କେବଳ କାଗଜ କଲମରେ ସୀମିତ ନରହି, ବାସ୍ତବରେ ପରିଣତ କରିବାକୁ ହେବ। ତେବେ ଯାଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ।