କନକ ବ୍ୟୁରୋ :ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ବିଶାଳ ବିକ୍ଷୋଭ । ପୂର୍ବ ପ୍ରତିଶ୍ରୁତି ମୁତାବକ ନୂଆ ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ କରୁ ବୋଲି, ଏକାଠି ଗର୍ଜିଲେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ପିସିସି ସଭାପତି ସେମାନଙ୍କୁ ଭେଟିବା ସହ ସରକାରକୁ ଟାର୍ଗେଟ୍ କରିଥିବା ବେଳେ, ଏହାର ଜବାବ ରଖିଛି ବିଜେପି ।
ଅଧିକ ପଢ଼ନ୍ତୁ: ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଅଭିଯାନ ଚଳାଇଛନ୍ତି ସରକାର । ଆନ୍ତରିକତା ଅଭାବରୁ ବାଟବଣା ହେଉଛି ଯୋଜନା
ପ୍ରାଥମିକ ଶିକ୍ଷକଙ୍କ ବିକ୍ଷୋଭ ଓ ନାରାବାଜିରେ କମ୍ପିଲା ଭୁବନେଶ୍ୱର ଲୋୟର ପିଏମଜି । ସରକାର କାନରେ ଦାବି ଶୁଣାଇବାକୁ, ଏକାଠି ଗର୍ଜିଲେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରାରେ ଯାଇ, ଲୋୟର ପିଏମଜିରେ ଧାରଣା ଦେଲେ । ୨ ଦଫା ଦାବିରେ ଏଭଳି ବିଶାଳ ଆନ୍ଦୋଳନକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ମହାସଂଘ । ସେଗୁଡ଼ିକ ହେଲା- ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ ହଜାର ୪୦୦ ଟଙ୍କାକୁ ବୃଦ୍ଧି ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ ।
ଅଧିକ ପଢ଼ନ୍ତୁ: ବଦଳିଯିବ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ, ଡ୍ରାଫ୍ଟ ପାଇଁ ଗଠନ ହେଲା କମିଟି
ଦିନକ ତଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ସଂପର୍କରେ ଆଲୋଚନା କରି କମିଟି ୬ ମାସ ଭିତରେ ରିପୋର୍ଟ ଦେବ । ହେଲେ ଶିକ୍ଷକଙ୍କ କହିବା କଥା- ଆଗରୁ ଏମିତି ଅନେକ କମିଟି ହୋଇଛି, କିନ୍ତୁ ଫଳ ମିଳିନି । ସେପଟେ ଶିକ୍ଷକଙ୍କୁ ଭେଟି ଆଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଦାବି ପୂରଣ ନହେଲେ, ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/05/teacher-2025-12-05-20-35-57.jpg)