କନକ ବ୍ୟୁରୋ : ପର୍ଯ୍ୟଟନ ସହର ପୁରୀ। ଶ୍ରୀଜିଉଙ୍କ ଦର୍ଶନ ସାଙ୍ଗକୁ ସୁଦୀର୍ଘ ବେଳାଭୂମିର ମଜା ନେବାକୁ ଏଠାକୁ ଧାଇଁ ଆସିଥାନ୍ତି ପର୍ଯ୍ୟଟକ । ମାତ୍ର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଅନେକ ସମୟରେ ନିନ୍ଦିତ ହୋଇଥାଏ ସହର । ମାତ୍ର ଏବେ ସହରର ପରିମଳ ବ୍ୟବସ୍ଥା ସୁଧାରିବାକୁ ଅଣ୍ଟା ଭିଡ଼ିଛି ପୌର ପ୍ରଶାସନ ।
ଅଧିକ ପଢ଼ନ୍ତୁ: ଇଣ୍ଡିଗୋ ସମସ୍ୟାର ଖୁବଶୀଘ୍ର ହୋଇପାରେ ସମାଧାନ, ଦାବି ମାନିନେଲା ଡିଜିସିଏ
ସହରରେ ଆଉ ଏଣେତେଣେ ପଡ଼ିବନି ଅଳିଆ ଆବର୍ଜନା । ମଧ୍ୟପ୍ରଦେଶର ଭୋପାଳ ଓ ଇନ୍ଦୋର ମହାନଗର ନିଗମ ଢ଼ାଞ୍ଚାରେ ପୁରୀ ପୌରପାଳିକାରେ ହେବ ସଫେଇ ଅଭିଯାନ । ଏଥିଲାଗି ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୋର ଏବଂ ଭୋପାଳ ଯାଇ ସେଠାକାର ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ଏ ପ୍ରକ୍ରିୟା ଆରମ୍ଭ ହେବ । ସହରବାସୀଙ୍କୁ କରାଯିବ ସଚେତନ । ପୁରୀ ବାସିନ୍ଦା ଏଣିକି ଅଳିଆ ଗାଡ଼ିରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପୃଥକ ଭାବେ ଦେବେ । ଏହାକୁ ସଂଗ୍ରହ କରାଯିବା ପରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରାଯିବ। ସେହିପରି ରାସ୍ତାଘାଟରେ ଅଳିଆ ପକାଇଲେ ହେବ ଜରିମାନା ।
ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ ରହୁଥିବା ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ସହରରେ ଶସ୍ତାରେ ଘର ଯୋଗାଇବ ମହାନଗର ନିଗମ
ସେହିପରି ସହରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାପାନୀ ଜ୍ଞାନ କୌଶଳରେ କରାଯିବ। ଜାପାନର ତୋତରି ପ୍ରଦେଶରୁ ଏକ ସରକାରୀ ପ୍ରତିନିଧି ଦଳ ପୁରୀ ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଜାପାନ ପ୍ରତିନିଧି ମଣ୍ଡଳୀ ଠାରୁ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ତାହା କାର୍ଯ୍ୟକାରୀ କରାଯିବ।
ଅଧିକ ପଢ଼ନ୍ତୁ: ଏଏନଏମ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପରେ ବାତିଲ, ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀଙ୍କ ହଟ୍ଟଗୋଳ
ପୁରୀ ସହରକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବା ବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/05/puri-2025-12-05-19-10-33.jpg)