କନକ ବ୍ୟୁରୋ : ନିର୍ଭୟା କାଣ୍ଡ ପରେ ବ୍ୟାବସାୟିକ ଗାଡିରେ ଟ୍ରାକିଂ ଡିଭାଇସ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏହି କ୍ରମରେ ଓଡ଼ିଶାରେ ବିଏସଏସଏନଏଲ ପାଖାପାଖି ୭୦ ହଜାର ଗାଡିରେ ଟ୍ରାକିଂ ଡିଭାଇସ ଲଗାଇବାର ସଫଳ ହୋଇଥିଲା । ହେଲେ ପରିବହନ ବିଭାଗର ଏମିତି କଣ ବାଧ୍ୟବାଧ୍ୟକତା ହେଲା ଯେ, ବିଏସଏନଏଲ ଠାରୁ ମୁହଁ ଫେରାଇ ସି-ଡାକ ନାମକ କମ୍ପାନିକୁ ଏହି ଦାୟିତ୍ବ ଦେବାକୁ ମନ ବଳାଇଛନ୍ତି । ୨ଟି ରାଜ୍ୟରେ ବ୍ଲାକଲିଷ୍ଟେଡ ଏହି କମ୍ପାନି ପାଇଁ ପରିବହନ ବିଭାଗର କାହିଁକି ଦରଦ, ତାହାକୁ ନେଇ ଉଠିଲାଣି ପ୍ରଶ୍ନ।
ଅଧିକ ପଢ଼ନ୍ତୁ : ପରିବହନ ବିଭାଗ ମାରିଲା ୟୁଟର୍ଣ୍ଣ; ଫାଇନ୍ କଟିଥିଲେ ବି କରିହେବ ପିୟୁସିସି
ପ୍ରଦୂଷଣ ସାର୍ଟିଫିକେଟ ଅବ୍ୟବସ୍ଥାକୁ ନେଇ ବିବାଦରେ ଛନ୍ଦି ହୋଇଛି ପରିବହନ ବିଭାଗ। ଏହି ବିବାଦର ସମାଧାନ ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଏବେ ନୂଆ ବିବାଦ ମୁଣ୍ଡ ଟେକିଲାଣି। ଭେହିକିଲ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବାକୁ ନେଇ ଦୁର୍ନୀତିର ଗନ୍ଧ ଆସିଲାଣି। ୨୦୨୨ରୁ ସମସ୍ତ ବ୍ୟାବସାୟିକ ଗାଡ଼ିରେ ଟ୍ରାକିଂ ଡିଭାଇସ୍ ଲଗାଇବାକୁ ବିଏସଏନଏଲକୁ ଦାୟିତ୍ବ ଦେଇଥିଲା ପରିବହନ ବିଭାଗ। ୬୦ ହଜାରରୁ ଅଧିକ ଗାଡିରେ ଡିଭାଇସ ଲଗାଇଥିବା ବିଏସଏନଏଲକୁ ଏବେ ଏହି ଦାୟିତ୍ବରୁ ମୁକ୍ତ କରି ସି-ଡାକ୍ ନାମକ କମ୍ପାନି ହାତକୁ ଦାୟିତ୍ବ ଦେବାକୁ ଯୋଜନା କରିଛି ପରିବହନ ବିଭାଗ । ଆଶ୍ଚର୍ଯ୍ୟର କଥା, ପରିବହନ ବିଭାଗ ନା କୌଣସି ଟେଣ୍ଡର ବାହାର କରିଛି ନା ସି-ଡାକ ସଂସ୍ଥା ଠାରୁ କୌଣସି ବ୍ୟାଙ୍କ ଗ୍ୟାରେଣ୍ଟି ନେଉଛି। ବିଏସଏନଏଲ ସମାନ କାମ ପାଇଁ କମ ଟଙ୍କା ନେଉଥିବା ବେଳେ ସି-ଡାକକୁ ଅଧିକ ଟଙ୍କା ଦେଇ ଏହି ଦାୟିତ୍ବ କଣ ପାଇଁ ଦିଆଗଲା? ବୋଲି ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ : ଚିନ୍ତା ବଢ଼ାଉଛି ପରିବହନ ବିଭାଗ; ଫାସ୍ଟ୍ୟାଗିଂ ପାଇଁ ଆସିଲା ନୂଆ ନିୟମ
ସି-ଡାକର ଇତିହାସ ବେଶ୍ କଳଙ୍କିତ। ପଶ୍ଚିମବଙ୍ଗ ଓ ପଞ୍ଜାବରେ ବ୍ଲାକ ଲିଷ୍ଟ ହୋଇଛି ଏହି କମ୍ପାନି। ପଶ୍ଚିମବଙ୍ଗରେ ଟ୍ରାକିଂ ଡିଭାଇସ ଲଗାଇବାକୁ ସି-ଡାକକୁ ମିଳିଥିଲା ଦାୟିତ୍ବ । ହେଲେ ସି-ଡାକ୍ ଉଚିତ ଢଙ୍ଗରେ କାମ କରିନଥିବାରୁ ପଶ୍ଚିମବଙ୍ଗ ପରିବହନ ବିଭାଗ ଅଧାରୁ ଚୁକ୍ତିନାମା ବାତିଲ କରିଥିଲା। ପଞ୍ଜାବରେ ପରୀକ୍ଷା କରିବାକୁ ଦାୟିତ୍ବ ନେଇ ଫେଲ ମାରିଥିଲା କମ୍ପାନି। ଫଳରେ ସି-ଡାକ୍ ଉପରେ ବ୍ଲାକଲିଷ୍ଟର ଟ୍ୟାଗ୍ ଲଗାଇଥିଲେ ପଞ୍ଜାବ ସରକାର। ଏବେ ପ୍ରଶ୍ନ ଉଠୁଛି, ବ୍ଲାକ ଲିଷ୍ଟେଡ ଓ ଅଧିକ ଟଙ୍କା ନେଉଥିବା ସି-ଡାକ ଉପରେ କାହିଁକି ଏତେ ଭରସା କରୁଛି ପରିବହନ ବିଭାଗ? କାହା ସ୍ବାର୍ଥ ପାଇଁ ବିଏସଏନଏଲ୍ ଭଳି ସଂସ୍ଥାକୁ ଭରସି ପାରୁନାହାନ୍ତି ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/21/tranceport-2026-01-21-20-44-11.jpg)