କନକ ବ୍ୟୁରୋ : ଟ୍ରାଫିକ୍ ଚାଲାଣ ବାକି ଅଛି ବୋଲି ପ୍ରଦୂଷଣ ପ୍ରମାଣପତ୍ର କରିପାରୁନାହାନ୍ତି କି ? ଯଦି ହଁ, ତେବେ ଏ ଖବର ଆପଣଙ୍କ ପାଇଁ । ଜନଅସନ୍ତୋଷ ତେଜିବା ପରେ ଏଭଳି କଟକଣାକୁ ସରକାର ହଟାଇ ଦେଇଥିବା ସୂଚନା ମିଳିଛି । ପୁରୁଣା ଜରିମାନା ଥିଲେ ବି ଏଣିକି କରି ହେଉଛି ପିୟୁସିସି । ତେବେ ପରିବହନ ବିଭାଗ କାହିଁକି ଏଭଳି ମନମୁଖୀ ନିୟମ କରୁଛି ଓ ତାକୁ ପୁଣି କୋହଳ କରି ନିଜ ଛେପ ନିଜେ ଢୋକୁଛି, ତାହା ଚର୍ଚ୍ଚାର ବିଷୟ ପାଲଟିଛି ।
୯୦ ଦିନ ପୂର୍ବର ଜରିମାନା ବା ଇ-ଚାଲାଣ ପୈଠ ହୋଇନଥିଲେ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରିବନି ବୋଲି ପୂର୍ବରୁ ନିୟମ ଲାଗୁ କରିଥିଲା ରାଜ୍ୟ ପରିବହନ ବିଭାଗ । ହେଲେ ଏହା ଦ୍ୱାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗାଡ଼ି ଚାଳକ । ବିଶେଷ କରି କୋର୍ଟକୁ ଯାଇଥିବା ଚାଲାଣ ଗୁଡ଼ିକ ଫୈସଲା ନହେବା ପର୍ଯ୍ୟନ୍ତ ନିରୂପାୟ ଥିଲେ ଉଭୟ ଗାଡ଼ି ମାଲିକ ଓ ପରିବହନ ବିଭାଗ । ଏହାକୁ ନେଇ ଜନଅସନ୍ତୋଷ ତେଜିବା ପରେ ନରମିଛନ୍ତି ସରକାର । କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇନଥିଲେ ବି ନିୟମ କୋହଳ କରାଯାଇଥିବା ସୂଚନା ମିଳିଛି । ଏଣିକି ପ୍ରଦୂଷଣ ପ୍ରମାଣପତ୍ର ପାଇଁ ପୂର୍ବ ଜରିମାନାକୁ ପୈଠ କରିବା ଆଉ ବାଧ୍ୟତାମୂଳକ ନୁହେଁ । ଗ୍ରାଉଣ୍ଡ୍ରେ ମଧ୍ୟରେ ବକେୟା ଚାଲାଣ ସତ୍ତ୍ୱେ ପିୟୁସି ସାର୍ଟିଫିକେଟ୍ ହୋଇପାରୁଥିବା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ : ପ୍ରଦୂଷଣ ପ୍ରମାଣପତ୍ର ବଡ଼ କେଳେଙ୍କାରୀ ଠାବ : ଘରେ ଗାଡି ଥାଇ ମିଳୁଛି ପଲ୍ୟୁସନ ସାର୍ଟିଫିକେଟ୍
ନିୟମ କୋହଳ ହେବା ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲେ ବି ପରିବହନ ବିଭାଗର କାର୍ଯ୍ୟକାରିତାକୁ ନେଇ ଉଠାଇଛି ଅନେକ ପ୍ରଶ୍ନ । କେଉଁ ଆଧାରରେ ହୋଇଥିଲା ‘ଜରିମାନା ଥିଲେ ପିୟୁସିସି ମନା’ ନିୟମ ? ଯଦି ମୋଟରଯାନ ଆଇନ ବଳରେ ହୋଇଥିଲା, ପୁଣି କେଉଁ ଆଧାରରେ ହଟାଗଲା ? ଯଦି ଏଭଳି ନିୟମ ହଟାଇବା ସମ୍ଭବ ଥିଲା, ଏଯାଏଁ ଲୋକଙ୍କୁ ହଇରାଣ କରାଯାଉଥିଲା କାହିଁକି ?
ପିୟୁସିସି ନଥିଲେ ପେଟ୍ରୋଲ ମନା ନିୟମ, ଗ୍ରୀନ୍ ଷ୍ଟିକର୍, ଟୋଲଗେଟରେ ପିୟୁସିସି ପାଇଁ ମୋଟା ଅଙ୍କର ଚାଲାଣ ଆଦି ବାରମ୍ବାର ନିଷ୍ପତ୍ତି ନେବା ଓ ସେଥିରୁ ଓହରିବା, ପରିବହନ ବିଭାଗର ଦୂରଦୃଷ୍ଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/20/pucc-2026-01-20-21-54-15.jpg)