କନକ ବ୍ୟୁରୋ : ପୋଲ ଉପରେ ଚାଲିବ ଟ୍ରେନ୍ । ବୌଦ୍ଧ ଜିଲ୍ଲାରେ ନିର୍ମାଣ ହେଉଛି ବଡ଼ ବଡ଼ ଭାୟାଡକ । ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ରେଳ ଗଡ଼ିବା ପାଇଁ ବୌଦ୍ଧର ୪ ଟନେଲ ସହ ଦୁଇଟି ଭାୟାଡକ୍ଟ ନିର୍ମାଣ ହେଉଛି । ଏବେ ପ୍ରାୟ ୫୦% କାର୍ଯ୍ୟ ସରିଛି, ବଳକା କାମ ଖୁବ୍ ଜୋରସୋରରେ ଚାଲିଛି ।
ଅଧିକ ପଢ଼ନ୍ତୁ : ଅନ୍ଧାରରେ କାନ୍ଦୁଛି ବୌଦ୍ଧ କୀର୍ତ୍ତିରାଜି କେଶସ୍ତୁପ ; ଆସୁନାହାନ୍ତି ପର୍ଯ୍ୟଟକ
୮୦ଫୁଟ ଉପରେ ଚାଲିବ ଟ୍ରେନ। ଛୁକଛୁକ୍ ଶବ୍ଦ କରି ଟ୍ରାକରେ ଗଡ଼ିବ ଟ୍ରେନ, ତଳେ ରହି ଟ୍ରେନ ଦେଖିବେ ଲୋକେ । ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଲାଗି ବୌଦ୍ଧ ଜିଲ୍ଲାରେ ନିର୍ମାଣ ହେଉଛି ଭାୟାଡକ୍ଟ ବା ରେଲ ଓଭରବ୍ରିଜ୍ । କରଞ୍ଜକଟା ଓ ତିଲକୂପ ଗାଁ ନିକଟରେ ନିର୍ମାଣ ଚାଲିଛି ୨ ବଡ଼ ବଡ଼ ଉଚ୍ଚତମ ପୋଲ । କରଞ୍ଜକଟା ଭାୟାଡକ୍ଟ ଲମ୍ବ ୧କିମି ୨ ଶହ ମିଟର ଓ ତିଲକୂପ ଗାଁ ନିକଟ ନିର୍ମାଣାଧୀନ ଭାୟାଡକ୍ଟର ଲମ୍ବ ୬ଶହ ମିଟର । ପ୍ରଥମରେ ୪୬ଟି ପିଲାର୍ ଓ ଦ୍ୱିତୀୟରେ ୨୦ ପିଲାର୍ ରହିଛି । ଯାହାର ଉଚ୍ଚତା ପ୍ରାୟ ୭୦ରୁ ୮୦ଫୁଟ । ଖୁବ୍ ଜୋରସୋରରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରାୟ ୫୦% କାମ ସରିଛି, ବାକି କାମ ମଧ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ଲକ୍ଷ୍ୟ ରଖିଛି ଠିକା କମ୍ପାନି ।
ଅଧିକ ପଢ଼ନ୍ତୁ : ଚୀନ ବୌଦ୍ଧ ମନ୍ଦିରରେ ଦୁର୍ନୀତିର ଦାଗ: ମୁଖ୍ୟ ପୂଜକଙ୍କ ବିରୋଧରେ ଆସିଲା ଅର୍ଥ ହଡ଼ପ ଓ ଯୌନ ନିର୍ଯାତନା ଅଭିଯୋଗ
ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ଜୈବବିବିଧତାକୁ ଗୁରୁତ୍ୱ ଦେଇ ହୋଇଛି ୪ଟି ବଡ଼ ଟନେଲ। ବୌଦ୍ଧ ଜିଲ୍ଲାରେ ଥିବା ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ । ଉଭୟ ପଟକୁ ବାଟ ଫିଟିବା ସହ ବିଦ୍ୟୁତ ସଂଯୋଗୀକରଣ ଚାଲିଛି । ଭାୟାଡ଼କ୍ଟ ନିର୍ମାଣର ସଫଳତାକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାୟାଡକ ଉପରେ କିଭଳି ରେଳ ଗଡ଼ିବ, ତାହା ଦେଖିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ ।
Follow Us