କନକ ବ୍ୟୁରୋ: ବିବାଦରେ ଚୀନର ପ୍ରସିଦ୍ଧ ଶାଓଲିନ୍ ମନ୍ଦିର । ଶାଓଲିନ୍ ମନ୍ଦିରର ମୁଖ୍ୟ ପୂଜକ ଯୋଙ୍ଗଜୀନ୍ ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ଅର୍ଥ ହଡ଼ପ ଏବଂ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଏନେଇ ଚୀନ ସରକାର ତଦନ୍ତ ଚଳାଇଛନ୍ତି । ପୂଜକ ମନ୍ଦିର ପ୍ରକଳ୍ପର ଅର୍ଥ ହଡ଼ପ କରିଥିବା ଓ ବୌଦ୍ଧ ନୀତି ଉଲ୍ଲଂଘନ କରି ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ୧୫ ଶହ ବର୍ଷର ପୁରୁଣା ଏହି ମନ୍ଦିର ବୌଦ୍ଧଧର୍ମ ଓ କୁଙ୍ଗଫୁ ମାର୍ସଲ ଆର୍ଟର ଜନ୍ମସ୍ଥାନ ଭାବେ ବିଶ୍ୱବ୍ୟାପୀ ପରିଚିତ । ଏହି ଘଟଣା ସହ ଥାଇଲାଣ୍ଡର ଏକ ବୌଦ୍ଧସଂସ୍ଥାରେ ମଧ୍ୟ ବିବାଦ ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ନ’ଜଣ ବରିଷ୍ଠ ବୌଦ୍ଧଭିକ୍ଷୁଙ୍କୁ ବ୍ଲାକମେଲ କରି ପ୍ରାୟ ଶହେ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ବିବାଦରେ ଶାଓଲିନ୍ ମନ୍ଦିର
ଚୀନର ମନ୍ଦିରରେ ଦୁର୍ନୀତି
ଚୀନର ପ୍ରସିଦ୍ଧ ଶାଓଲିନ୍ ମନ୍ଦିରର ମୁଖ୍ୟ ପୂଜକ ଯୋଙ୍ଗଜୀନଙ୍କ ବିରୋଧରେ ଗୁରୁତର ଅଭିଯୋଗରେ
ତାଙ୍କ ବିରୋଧରେ ମନ୍ଦିର ଅର୍ଥ ହଡ଼ପ ଓ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଚାଲିଛି
ବୌଦ୍ଧ ନୀତି ଉଲ୍ଲଂଘନ କରି ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ
୧୫୦୦ ବର୍ଷ ପୁରୁଣା ଶାଓଲିନ୍ ମନ୍ଦିର ବୌଦ୍ଧଧର୍ମ ଓ କୁଙ୍ଗଫୁ ଲଢ଼େଇର ଜନ୍ମସ୍ଥାନ ଭାବେ ପରିଚିତ