କନକ ବ୍ୟୁରୋ : ଜଣେ ସାମ୍ବାଦିକଙ୍କ ଧର୍ମ ଏବଂ କର୍ମ ହେଉଛି ଖବର ସଂଗ୍ରହ କରିବା । ସ୍ମାର୍ଟସିଟିର ବଡ଼ ବଡ଼ ବିକାଶରୁ ଆରମ୍ଭ କରି ନିପଟ ମଫସଲର ଦୁଃଖ କାହାଣୀ ଲୋକଙ୍କ ସାମ୍ନାକୁ ଆଣି ସରକାରଙ୍କ ନିକଟରେ ପହଂଚାଇବା । କିନ୍ତୁ କ’ଣ ହେବ ଯେତେବେଳେ ଖବର ଦେଉଥିବା ଲୋକଟି ଖବରଦାତା ପାଲଟିଯିବ । ସମ୍ବାଦ ସଂଗ୍ରହ କରିବାକୁ ଯାଉଥିବା ବେଳେ ସାମ୍ବାଦିକର ଜୀବନ ଚାଲିଯିବ । ଆମେ କହୁଛୁ ଆଜିର ଦିନରେ ସମ୍ବାଦ ଦୁନିଆର ସବୁଠୁ ଦୁଃଖଦ ଖବର ବିଷୟରେ । ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ବିଷୟରେ ।
/filters:format(webp)/kanak/media/media_files/2026/01/06/sila-2026-01-06-21-52-58.jpg)
ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ ; ସବୁଠି ତଳମୁହାଁ ପାରଦ
ସକାଳ ପ୍ରାୟ ୧୧ ଟା ୩୦ …
ଦୁଇ ଜଣ ମହିଳା ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପିପିଲି ମଙ୍ଗଳପୁର ଜମାଲପୁର ନିକଟରେ ରାସ୍ତା ଉପରେ ପଡ଼ିଥିବା ବାଲିରେ ତାଙ୍କ ସ୍କୁଟିଟି ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା । ଆଉ କାଳ ଯେମିତି ଛକି ବସିଥିଲା ସେହି ବାଲି ଗଦାରେ । ପଛରୁ ଆସୁଥିବା ଦ୍ରୁତଗାମୀ ବସ୍ ତଳେ ପଡ଼ିଥିଲା ସ୍କୁଟି ସହ ୨ ମହିଳାଙ୍କୁ ୨୦ ରୁ ୪୦ ମିଟର ଘୋଷାଡ଼ି ନେଇଗଲା । ଆଉ ସବୁଦିନ ପାଇଁ ଆଖି ବୁଜିଦେଲେ ସାମ୍ବାଦିକା ଶିଲା ପଟ୍ଟନାୟକ । ଘଟଣାରେ ଶିଲାଙ୍କ ସହ ଥିବା ମହିଳା ଗୁରୁତର ହୋଇଥିଲେ କିନ୍ତୁ ମେଡିକାଲ୍ ନେବା ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସବୁବେଳେ ସମ୍ବାଦ ଦେଉଥିବା ମଣିଷଟି କେଇ ମିନିଟରେ ନିଜେ ସମ୍ବାଦ ପାଲଟିଗଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଜବତ କରି ଫେରାର ଥିବା ବସକୁ ଧରିବାକୁ ଉଦ୍ୟମ କରୁଛି ।
ମୃତ ସାମ୍ବାଦିକଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖିବା ତାହେଲେ ଘରେ ତାଙ୍କର ନାବାଳକ ପୁଅଟିଏ ରହିଛି । ଶିଲା ଜଣେ ସିଙ୍ଗିଲ୍ ମଦର୍ ଥିଲେ । ଯାହାଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ସହ ସମ୍ପୂର୍ଣ୍ଣ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ମା’କୁ ଝୁରି ଝୁରି କାନ୍ଦୁଛି ପୁଅ । ଆଉ ପଚାରୁଛି ମତେ ମୋ ମା’କୁ କିଏ ଫେରାଇବ ... ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାସ୍ତା ଉପରେ ବାଲି କିଏ ପକାଇଥିଲା ? କାରଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଯଦି ବାଲି ପଡ଼ିନଥାନ୍ତା ତାହେଲେ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚିଯାଇଥା’ନ୍ତା । ଏ ମୃତ୍ୟୁରେ କ’ଣ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ନୁହେଁ କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/06/sila-pattnaik-2026-01-06-21-53-30.jpg)