କନକ ବ୍ୟୁରୋ : ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗାଁରେ ସୋମବାର ଅପରାହ୍ନରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସେପ୍ଟିକ୍ ଟାଙ୍କିରେ ପଡ଼ି ତିନି ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।  ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇଜଣ ନାବାଳକ ଅଛନ୍ତି। 

Advertisment

ଭାଙ୍ଗିଗଲାଣି ଯାତ୍ରୀ ପ୍ରତୀକ୍ଷାଳୟ, ମରାମତି ଦିଗରେ ନଜର ଦେଉନି ପ୍ରଶାସନ!

ଅଧିକ ପଢନ୍ତୁ.... 

ପରିବାର ସଦସ୍ୟଙ୍କ ସହ ତିନି ଜଣ ପିଲା ରାଗଡ଼ିପଡ଼ା ଗାଁରେ ଥିବା ସେମାନଙ୍କ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ ବୋଲି ଜଣାପଡ଼ିଛି। କିନ୍ତୁ, ସୋମବାର ସେମାନେ ଖେଳୁଥିବା ସମୟରେ ଦୁର୍ଘଟଣାବଶତଃ ଏକ ସେପ୍ଟିକ୍ ଟାଙ୍କିରେ ପଡ଼ିଯାଇଥିଲେ। ସେପ୍ଟିକ୍ ଟାଙ୍କି ଖୋଲା ଥିବାରୁ ଶିଶୁମାନେ ସେଥିରେ ପଡ଼ିଯାଇଥିବା କୁହାଯାଉଛି । 

ସେନାକୁ ବଳ ଦେବ ଦେଶୀ ରାଫେଲ, ଟେକ୍ନୋଲୋଜି ଟ୍ରାନ୍ସଫର୍‌ ଉପରେ ଭାରତର ଜୋର

ଅଧିକ ପଢନ୍ତୁ ..... 

କିଛି ଗାଁ ଲୋକ ସେମାନଙ୍କୁ ସେପ୍ଟିକ୍ ଟାଙ୍କିରୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ମ୍ବା ହସ୍ପିଟାଲକୁ ନେଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । 
ଖବର ପାଇ ବଡ଼ମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରି ପୃଥକ ପୃଥକ ଅପମୃତ ମାମଲା ରୁଜୁ କରିଛି। ମୃତଦେହଗୁଡ଼ିକର ପୋଷ୍ଟମର୍ଟମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଠଗଡ଼ ଏସଡିପିଓ ବିଶ୍ୱଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।