କନକ ବ୍ୟୁରୋ:ଭାରତୀୟ ବାୟୁସେନାରେ ଏବେ ଲଢୁଆ ବିମାନର ଅଭାବ ରହିଛି, ଏଥିରେ ଦ୍ୱିମତ ନାହିଁ । ଏହି କାରଣରୁ ସେନାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ବାୟୁସେନାକୁ ୪୨ ଲଢ଼ୁଆ ସ୍କ୍ୱାଡ୍ରନ୍ ବିମାନର ଆବଶ୍ୟକତା ରହିଛି, କିନ୍ତୁ ଏବେ କେବଳ ୩୧ ସ୍କ୍ୱାଡ୍ରନ୍ ଅଛି । ବାୟୁସେନା ମଧ୍ୟ ବାରମ୍ବାର ଏହି କଥା ଉଠାଇଛି କିନ୍ତୁ ସ୍ଥିତି ଏମିତି ହେଉଛି ଏହି ଆବଶ୍ୟକତା ପୂରଣ ହେଇ ପାରୁନି ।
ପୁଣି ଥରେ ବାୟୁସେନା ସରକାରଙ୍କ ନିକଟକୁ ୧୧୪ ରାଫେଲ ବିମାନ ପାଇଁ ପ୍ରସ୍ତାବ ପଠାଇଥିଲା । ରାଫେଲ ଏକ ମଲ୍ଟି ରୋଲ ଫାଇଟର ଜେଟ୍ । କିନ୍ତୁ, ସରକାର ଏବେ ଏହି ପ୍ରସ୍ତାବକୁ ପୁଣି ଥରେ ଫେରାଇ ଦେଇଛନ୍ତି । ପ୍ରସ୍ତାବକୁ ଆହୁରି ବିସ୍ତୃତ ଭାବେ ପ୍ରସ୍ତୁତ କରିବାକୁ କହିଛନ୍ତି କେନ୍ଦ୍ର ସରକାର । କାରଣ ଏହି ପ୍ରସ୍ତାବ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ।
ସର୍ଭେ ରିପୋର୍ଟ: 'ଲୋକଙ୍କ ପସନ୍ଦ ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ'
ସରକାର ରାଫେଲ ନିର୍ମାଣ କରୁଥିବା କମ୍ପାନି ସହିତ ଏପରି ଚୁକ୍ତି କରିବାକୁ ଯୋଜନା କରୁଛନ୍ତି ଯାହାଦ୍ୱାରା ବିମାନର ଅଧିକାଂଶ ଅଂଶ ଭାରତରେ ନିର୍ମିତ ହେବ । ସରକାର ଟେକ୍ନୋଲୋଜି ଟ୍ରାନ୍ସଫର କଥା କହୁଛନ୍ତି । କିନ୍ତୁ, ବିଶେଷଜ୍ଞଙ୍କ କହିବା କଥା ଯେ ରାଫେଲ କିଣିବାର ସମୟ ଏବେ ହାତରୁ ଖସିଯାଉଛି। ଯଦି ଆଗାମୀ କିଛି ମାସ ମଧ୍ୟରେ ଏହି ଚୁକ୍ତି ଉପରେ ସରକାର ଏବଂ ସେନା ନିଷ୍ପତ୍ତି ନନିଅନ୍ତି ତେବେ ଏହାର କୌଣସି ମାନେ ରହିବ ନାହି । ସ୍ୱଦେଶୀ ଲଢୁଆ ବିମାନ ତେଜସ୍ MK-2 ଏବଂ AMCA ବିକଶିତ ହେଲେ ରାଫେଲର ଆବଶ୍ୟକତା ପୂରଣ କରିବା କଷ୍ଟକର ହେବ ।
ତେଜସ୍ MK-2 ଏକ ସ୍ୱଦେଶୀ 4.5 ଜେନେରେସନର ଲଢୁଆ ବିମାନ । ଏହାର ପ୍ରୋଟୋଟାଇପ୍ ଉଡ଼ାଣ ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ପ୍ରଥମ ଉଡ଼ାଣ ୨୦୨୭ରେ ଭରିବ ତେଜସ୍ MK-2 । ୨୦୨୯-୩୦ରୁ ଏହାର ସିରିଏଲ୍ ପ୍ରଡକ୍ସନ୍ ହେବ । ଏଥିରେ ଅତ୍ୟାଧୁନିକ ଏଭିଓନିକ୍ସ ଏବଂ ଉତ୍ତର AESA ରାଡାର ଲଗାଯିବ । ଏହିପରି ଭାବରେ ରାଫେଲ ଭଳି 4.5 ଜେନେରେସନର ଲଢୁଆ ବିମାନ ତିଆରି ହେବ ।
ଦିନରେ ମୂଲ ଲାଗୁଥଲେ, ରାତିରେ ପାଠ ପଢ଼ୁଥିଲେ: ଏବେ MBBS ପଢ଼ିବେ ଆଦିବାସୀ ଝିଅ
ଏହାପୂର୍ବରୁ ଭାରତ ଅନ୍ୟ ଏକ ସ୍ୱଦେଶୀ ଲଢୁଆ ବିମାନ ତେଜସ୍ MK-1ର ପ୍ରଡକ୍ସନ୍ ଆରମ୍ଭ କରିସାରିଛି । ଆଗାମୀ କିଛି ଦିନ ମଧ୍ୟରେ ଏହାର ପ୍ରଥମ ପର୍ଯ୍ୟାୟ ବାୟୁସେନାକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି । ଭାରତ ନିଜର 5th ଜେନେରେସନର ଲଢୁଆ ବିମାନ AMCA ଉପରେ ମଧ୍ୟ ଦ୍ରୁତ ଭାବେ କାମ କରୁଛି । ଏହାର ପ୍ରୋଟୋଟାଇପ୍ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଯୋଜନା ରହିଛି । ୨୦୩୫ ସୁଦ୍ଧା ଏହାକୁ ସେନାକୁ ହସ୍ତାନ୍ତର କରାଯିବାକୁ ଲକ୍ଷ୍ୟ ରହିଛି । ଅନ୍ୟପଟେ ରାଫେଲ ବିଷୟରେ କହିବାକୁ ଗଲେ ଭାରତ ଫ୍ରାନ୍ସରୁ ଏଥିପାଇଁ ଏପର୍ଯ୍ୟନ୍ତ ଦୁଇଟି ଚୁକ୍ତି କରିଛି ।
ବାୟୁସେନା ପାଇଁ ୩୬ଟି ବିମାନ କିଣିବା ପରେ ନୌସେନା ପାଇଁ ୨୯ଟି ବିମାନ କିଣାଯାଉଛି । କିନ୍ତୁ, ବିଶେଷଜ୍ଞମାନେ ଏବେ ତୃତୀୟ ଚୁକ୍ତିକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ବିଶେଷଜ୍ଞଙ୍କ ମତରେ ରାଫେଲ୍ ଏକ ଲଢ଼ୁଆ ବିମାନ ସତ, କିନ୍ତୁ ଏହି ଚୁକ୍ତି ଭାରତ ପାଇଁ ଖୁବ ମହଙ୍ଗା ସାବ୍ୟସ୍ତ ହେଉଛି । ଅନ୍ୟ ପଟେ ଯଦି ଆଜି ଫ୍ରାନ୍ସ ସହିତ ଚୁକ୍ତି ସ୍ୱାକ୍ଷର ହୁଏ ତେବେ ସପ୍ଲାଇ ହେବାକୁ ଅତି କମରେ ୩ ବର୍ଷ ସମୟ ଲାଗିବ। କିନ୍ତୁ, ତୁରନ୍ତ ଚୁକ୍ତି ସ୍ୱାକ୍ଷର ହେବାର କୌଣସି ସମ୍ଭାବନା ନାହିଁ, କାରଣ ଭାରତ ସରକାର ଏବେ ଟେକ୍ନୋଲୋଜି ଟ୍ରାନ୍ସଫର ଏବଂ ଲୋକାଲ ପ୍ରଡକ୍ସନ ଉପରେ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପଟେ ଭାରତର ନିଜସ୍ୱ 4.5 ଜେନେରେସନର ଲଢୁଆ ବିମାନ ତେଜସ୍ MK-2 ର ପ୍ରଡକ୍ସନ୍ ମଧ୍ୟ ୩ରୁ ୪ ବର୍ଷ ମଧ୍ୟରେ ଆରମ୍ଭ ହେବାର ସମ୍ଭାବନା ଅଛି ।
ସେପଟେ ଋଷ ମଧ୍ୟ ଭାରତକୁ ଲଢୁଆ ବିମାନ ବିକ୍ରି କରିବାକୁ ଚାହୁଛି । ସେ ନିଜର ପଞ୍ଚମ ଜେନେରେସନ ଲଢୁଆ ବିମାନ SU-57E ଦେବାକୁ ଚାହୁଛି। ଏଥିପାଇଁ ସେ ଭାରତର ପ୍ରତ୍ୟେକ ସର୍ତ୍ତ ମାନିବାକୁ ପ୍ରସ୍ତୁତ। ତେଣୁ ଭାରତ ଏହି ଅଫରକୁ ଏଡ଼ାଇବା ସହଜ ହେବନି । ଫ୍ରାନ୍ସ ଟେକ୍ନୋଲୋଜି ଟ୍ରାନ୍ସଫର ଚାହୁନି, ତେଣୁ ଫ୍ରାନ୍ସ ସହ ରାଫେଲର ତୃତୀୟ ଚୁକ୍ତି ନେଇ ଏବେ ସନ୍ଦେହ ସୃଷ୍ଟି ହେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/11/03/14-desi-rafale_soubhagya_thumb-2025-11-03-17-26-23.jpg)