କନକ ବ୍ୟୁରୋ: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ରହିଛି ପ୍ରତୀକ୍ଷାଳୟ । କୋରାପୁଟ ଜିଲ୍ଲାରେ ଜାତୀୟ ରାଜପଥ କଡ଼ରେ ଥିବା ପ୍ରତିକ୍ଷାଳୟ ଯାତ୍ରୀଙ୍କୁ ସୁବିଧା ଯୋଗାଇବ କଣ ନିଜ ସୁରକ୍ଷା ଖୋଜୁଛି । ବର୍ଷା, ପବନରେ ଭାଙ୍ଗିରୁଜା ଯାଇଛି ମିଶିଙ୍ଗିଗୁଡ଼ା ପ୍ରତିକ୍ଷାଳୟ । ପାଞ୍ଚ ମାସରୁ ଅଧିକ ସମୟ ହେଲାଣି ଏହାର ମରାମତି ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।
ସେହିପରି ଜାତୀୟ ରାଜପଥ ଉପରେ ଥିବା ଅନ୍ୟ ୩ଟି ପ୍ରତୀକ୍ଷାଳୟ ବରଗୁଡ଼ା, ଡୁମୁରିପୁଟ ଓ ମୋହନପଡ଼ାର ଅବସ୍ଥା ଅତି କଦର୍ଯ୍ୟ । କେଉଁଠି ଚେୟାର ଭାଙ୍ଗି ଗଲାଣି, ଆଉ କେଉଁଠି ପାନ ଗୁଟଖା ଛେପରେ ବସିବା ସମ୍ଭବପର ହେଉନି । ଫଲରେ ଯାତ୍ରୀ ଓ ପଥଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଜିଲ୍ଲା ଉନ୍ନୟନ ଅଧିକାରୀ ବେଣୁଧର ଶବର କହିଛନ୍ତି, ରକ୍ଷଣାବେକ୍ଷଣ ପାଇଁ ଟଙ୍କା ନଥିଲା । ତୁରନ୍ତ ବିଶ୍ରାମଗାର ସଜାଡିବା ସହ ଅନ୍ୟ ଗୁଡିକ ସଫା ସୁତୁରା କରାଯିବ । ପ୍ରତିଦିନ ଏହି ରାସ୍ତା ଦେଇ ବହୁ ପ୍ରାଶାସନିକ ଅଧିକାରୀ ଯାଆଆସ କରୁଥିଲେ ମଧ୍ୟ କାହାରି ନଜରରେ ପଡୁନଥିବା ପରିତାପର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/31-2025-11-03-18-25-40.jpg)