ଅନ୍ଧାରୀ ଇଲାକାରେ ଟିପିଏନଓଡିଏଲ ପହଞ୍ଚାଇଲା ବିଦ୍ୟୁତ ସେବା,  ଉପକୃତ ହେବେ  ୩୭ରୁ ଅଧିକ ପରିବାର

Advertisment

ପାହାଡ ଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଅଧିନସ୍ଥ କପ୍ତିପଦା ବ୍ଲକ ଅନ୍ତର୍ଗତ ଧନୁସାହି ଗାଁ । ଦିନ ଥିଲା ଗାଁ ପାଇଁ  ବିଜୁଳି ଆଲୁଅ ଥିଲା ସାତ ସପ ନ।  ସନ୍ଧ୍ୟା ହେବା ମାତ୍ରେ ଗାଁରେ ତାଟି କବାଟ ପଡୁଥିଲା । ପିଲାମାନେ ପଢ଼ିବାକୁ ଡିବିରି ଆଲୁଅ ଉପରେ ଭରସା କରୁଥିଲେ । ଖରାଦିନେ ହେଉ ଅବା ଶୀତଦିନ ବିଜୁଳି ଆଲୁଅ ଦେଖିବା ଗାଁ ପାଇଁ ସତେ ଯେପରି ମହରଗ ଥିଲା। ମାତ୍ର ସେମାନଙ୍କ ସ୍ଵପ୍ନକୁ ସାକାର କରିଛି ଟିପିଏନଓଡିଏଲ ।

Updated On

ପାହାଡ ଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଅଧିନସ୍ଥ କପ୍ତିପଦା ବ୍ଲକ ଅନ୍ତର୍ଗତ ଧନୁସାହି ଗାଁ । ଦିନ ଥିଲା ଗାଁ ପାଇଁ  ବିଜୁଳି ଆଲୁଅ ଥିଲା ସାତ ସପ ନ।  ସନ୍ଧ୍ୟା ହେବା ମାତ୍ରେ ଗାଁରେ ତାଟି କବାଟ ପଡୁଥିଲା । ପିଲାମାନେ ପଢ଼ିବାକୁ ଡିବିରି ଆଲୁଅ ଉପରେ ଭରସା କରୁଥିଲେ । ଖରାଦିନେ ହେଉ ଅବା ଶୀତଦିନ ବିଜୁଳି ଆଲୁଅ ଦେଖିବା ଗାଁ ପାଇଁ ସତେ ଯେପରି ମହରଗ ଥିଲା। ମାତ୍ର ସେମାନଙ୍କ ସ୍ଵପ୍ନକୁ ସାକାର କରିଛି ଟିପିଏନଓଡିଏଲ ।

ଅଦ୍ୟତନ ହୋଇଛି
mayurbhanj

କନକ ବ୍ୟୁରୋ :  ବିଜୁଳି ଆଲୁଅ ଦେଖିଲା ଅନ୍ଧାରୀ ଇଲାକା । ବାସ୍ତବ ରୂପ ନେଲା ସ୍ଵପ୍ନ । ପୂରଣ ହେଲା ଦୀର୍ଘ ଦିନର ଆଶା ।  ମୟୂରଭଞ୍ଜ ଜିଲ୍ଲା  କପ୍ତିପଦା ବ୍ଳକ ପଦ୍ମପୋଖରୀ ପଞ୍ଚାୟତ ଧନୁସାହି ଗାଁରେ ଜଳିଲା ବିଜୁଳି ବତୀ । ବିଜୁ ଗ୍ରାମ ଜ୍ୟୋତି  ଯୋଜନା ଅଧୀନରେ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟୋଗ  ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଧନୁସାହି ଗାଁକୁ ବିଜୁଳି ସେବା ଉପଲବ୍ଧ କରାଇଛି । ଫଳରେ ଗ୍ରାମବାସୀଙ୍କ ବହୁ ଦିନର ଅଭିଳାଷ ପୂରଣ ହୋଇଛି ।

ଅଧିକ ପଢ଼ନ୍ତୁ : ବଦଳିଯିବ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ, ଡ୍ରାଫ୍ଟ ପାଇଁ ଗଠନ ହେଲା କମିଟି

ପାହାଡ ଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଅଧିନସ୍ଥ କପ୍ତିପଦା ବ୍ଲକ ଅନ୍ତର୍ଗତ ଧନୁସାହି ଗାଁ । ଦିନ ଥିଲା ଗାଁ ପାଇଁ  ବିଜୁଳି ଆଲୁଅ ଥିଲା ସାତ ସପ ନ।  ସନ୍ଧ୍ୟା ହେବା ମାତ୍ରେ ଗାଁରେ ତାଟି କବାଟ ପଡୁଥିଲା । ପିଲାମାନେ ପଢ଼ିବାକୁ ଡିବିରି ଆଲୁଅ ଉପରେ ଭରସା କରୁଥିଲେ । ଖରାଦିନେ ହେଉ ଅବା ଶୀତଦିନ ବିଜୁଳି ଆଲୁଅ ଦେଖିବା ଗାଁ ପାଇଁ ସତେ ଯେପରି ମହରଗ ଥିଲା। ମାତ୍ର ସେମାନଙ୍କ ସ୍ଵପ୍ନକୁ ସାକାର କରିଛି ଟିପିଏନଓଡିଏଲ ।  ଗାଁର ଅଧାରୁ ଅଧିକ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ପାହାଡିଆ ଅଞ୍ଚଳ। ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳରେ ବିଜୁଳି ସେବା ପହଞ୍ଚାଇବା ସାଧାରଣ କଥା ନ ଥିଲା । ସମସ୍ତ ପ୍ରତିକୂଳ ସ୍ଥିତି ସତ୍ବେ ଟିପିଏନଓଡ଼ିଏଲର କର୍ମଚାରୀମାନେ ଉକ୍ତ ଗାଁରେ ବିଜୁଳି ସେବା ସ୍ଵାଭାବିକ କରିବାରେ ସକ୍ଷମ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ : ମାଓବାଦୀଙ୍କ ରୋଜଗାରର ମାଧ୍ୟମ ଆପଣାଇଛନ୍ତି ଆଦିବାସୀ, ଅଧିକ ଅର୍ଥ ମିଳୁଥିବାରୁ କରୁଛନ୍ତି ଗଞ୍ଜେଇ ଚାଷ

ସମ୍ପୃକ୍ତ ଅଞ୍ଚଳ ପାଇଁ ସ୍ଵତନ୍ତ୍ର ୧୧କେଭି ବିଦ୍ୟୁତ ତାର ଟଣା ଯିବା ସହ ୬୩କେଭିଏ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ୩୭ରୁ ଅଧିକ ପରିବାର ଏହା ଦ୍ଵାରା ଉପକୃତ ହେବାକୁ ଥିବାବେଳେ ଲୋ-ଭୋଲ୍ଟେଜ ସମସ୍ୟାକୁ ପ୍ରତିହତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ଆଉ ଧନୁସାହି ଗାଁରେ ସନ୍ଧ୍ୟା ହେଲେ ତାଟିକବାଟ ପଡିବନି କି ଖରାଦିନେ ଗଛମୂଳେ ବସିବାକୁ ପଡ଼ିବ ନାହିଁ । ଗ୍ରାମବାସୀଙ୍କ ଘରେ ପଙ୍ଖା  ଘୂରିବ । ରାତିରେ ଡିବିରି ଆଲୁଅ ପରିବର୍ତ୍ତେ ବିଜୁଳି ଆଲୁଅ ଜଳିବ। ସନ୍ଧ୍ୟାରେ ପିଲାମାନେ ନ ଶୋଇ ପାଠ ପଢ଼ିବେ । ଅନ୍ୟ ଗାଁ’ମାନଙ୍କ ଭଳି ଜଙ୍ଗଲ ଘେରା ଧନୁସାହି ଗାଁ ମଧ୍ୟ  ହସିବ । ତେବେ ଟିପିଏନଓଡିଏଲର ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ତେବେ ଧନୁସାହି ଗାଁକୁ ସଂଯୁକ୍ତ ହୋଇଥିବା ଟ୍ରାଂସଫର୍ମରକୁ ଶୁକ୍ରବାର ଦିନ ଉଦଳା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଉଦ୍ଘାଟନ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ  ଟିପିଏନଓଡିଏଲ୍ ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ବାରିପଦା ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ପଣ୍ଡା, ଉଦଳା ନିର୍ବାହୀ ଯନ୍ତ୍ରୀ ରାଜେଶ ରଞ୍ଜନ ଘଡ଼େଇ, କପ୍ତିପଦା ଉପଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ, କପ୍ତିପଦା ସେକ୍ସନ ମ୍ୟାନେଜର ଟି ନାଗେଶଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ  ନିଜ ଅଭିଭାଷଣରେ ଟିପିଏନଓଡିଏଲର ତ୍ୱରିତ କାର୍ଯ୍ୟପନ୍ଥାକୁ ପ୍ରଶଂସା କରିବା ସହ ପ୍ରତିଟି ସରକାରୀ ଯୋଜନା ଯେପରି ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ଟିପିଏନଓଡିଏଲର ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର  ମହାନ୍ତି ସ୍ଥାନୀୟ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଓ ସୁବିଧା ନେଇ ସମସ୍ତ ସୂଚନା ଦେବା ସହ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ୍ ପ୍ରତିବଦ୍ଧ ବୋଲି କହିଥିଲେ। ଏହା ସହ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇବାକୁ କର୍ମଚାରୀମାନେ ସର୍ବଦା ପ୍ରୟାସରତ ବୋଲି ଦର୍ଶାଇଥିଲେ । ସେହିପରି ବାରିପଦା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପଣ୍ଡା ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe