କନକ ବ୍ୟୁରୋ :  ଆଗକୁ ବଦଳଯିବ ରାଜ୍ୟ ଗଣଶିକ୍ଷା ଅଧିନରେ ପରିଚାଳିତ ହେଉଥିବା ସ୍କୁଲ ଗୁଡିକର ପାଠ୍ୟପୁସ୍ତକ। ଏଥିପାଇଁ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପକ୍ରିୟା । ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଏନେଇ ବଡ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ଏପଟେ ଚାଲିଛି ସିବିଆଇ ତଦନ୍ତ, ସେପଟେ ପୁଣି ପ୍ରଶ୍ନପତ୍ର ଲିକ, ଏଏନଏମ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ

ପାଠ୍ୟପୁସ୍ତକ ବଦଳିବା ନେଇ ବିଧାନସଭାରେ ଏହି ବଡ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ । ଗଣଶିକ୍ଷା ବିଭାଗରେ ଅଧୀନରେ ଥିବା ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ସରକାରଙ୍କ ପରିକଳ୍ପନା ରହିଛି। ଏହାର ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଜାରି ରହିଛି। ନୂଆ ପାଠ୍ୟପୁସ୍ତକ ଡ୍ରାଫ୍ଟ କରିବା ପାଇଁ କମିଟି ଗଠିତ ହୋଇଛି । ଜାତୀୟ ପାଠ୍ୟକ୍ରମ ରୂପରେଖର ସମାନ୍ତରାଳରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ ହେବ। ଓଡ଼ିଶାର ସାଂସ୍କୃତିକ, ଭୌଗୋଳିକ, ଲଜିଷ୍ଟିକ୍ ବିଷୟବସ୍ତୁ ଆବଶ୍ୟକତା ଅନୁସାରେ ପାଠ୍ୟକ୍ରମରେ ସ୍ଥାନ ପାଇବ । 

ଅଧିକ ପଢ଼ନ୍ତୁ: ଇଣ୍ଡିଗୋ ସମସ୍ୟାର ଖୁବଶୀଘ୍ର ହୋଇପାରେ ସମାଧାନ, ଦାବି ମାନିନେଲା ଡିଜିସିଏ

ପାଠ୍ୟକ୍ରମ ବଦଳାଇବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ କଟାକ୍ଷ କରିଛନ୍ତି ବିରୋଧୀ। ଗୈରୀକରଣ ପାଇଁ ଏହା ଏକ ଯୋଜନା ବୋଲି କହିଛନ୍ତି ବିଜେଡି ବିଧାୟକ । କଂଗ୍ରେସ କହିଛି, ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପୂର୍ବରୁ ବିଦ୍ୟାଳୟରେ ଆଗ ଶିକ୍ଷକ ନିଯୁକ୍ତି କରନ୍ତୁ । ଜବାବରେ ବିଜେପି ବିଧାୟକ କହିଛନ୍ତି, ଆଗରୁ ପିଲାମାନେ ମୋଗଲଙ୍କ କଥା ପଢ଼ୁଥିଲେ ଏବେ ତାହା ବଦଳିବା ଦରକାର ।  ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସ୍କୁଲ ସ୍ତରରେ ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।