ପାହାଡ଼ କୋଳରେ ପର୍ଯ୍ୟଟକଙ୍କ ମନମୋହୁଛି ଜଳପ୍ରପାତ

Advertisment

ଶୀତ ଆସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟଘେରା କନ୍ଧମାଳକୁ ଛୁଟେ ପର୍ଯ୍ୟଟକଙ୍କ ସୁଅ । ରାଜ୍ୟ ତଥା ବାହାରର ପର୍ଯ୍ୟଟକଙ୍କ ଭିଡ଼ରେ ଏବେ ପ୍ରଫୁଲ୍ଲିତ କନ୍ଧମାଳବାସୀ । ପ୍ରକୃତି କୋଳରେ ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି ।

ଶୀତ ଆସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟଘେରା କନ୍ଧମାଳକୁ ଛୁଟେ ପର୍ଯ୍ୟଟକଙ୍କ ସୁଅ । ରାଜ୍ୟ ତଥା ବାହାରର ପର୍ଯ୍ୟଟକଙ୍କ ଭିଡ଼ରେ ଏବେ ପ୍ରଫୁଲ୍ଲିତ କନ୍ଧମାଳବାସୀ । ପ୍ରକୃତି କୋଳରେ ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି ।

Ludu

Ludu Photograph: (kanak news)

କନକ ବ୍ୟୁରୋ :  ପ୍ରକୃତିର ଅପରୂପ ଶୋଭାରାଜି ବିମଣ୍ଡିତ ମୋ ଓଡ଼ିଶା, ସ୍ବର୍ଗର ନନ୍ଦନକାନନ ମୋ ଓଡ଼ିଶା । ଏହା ଭିତରେ ଆମ କନ୍ଧମାଳ ଜିଲ୍ଲା । ଶୀତ ଆସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟଘେରା କନ୍ଧମାଳକୁ ଛୁଟେ ପର୍ଯ୍ୟଟକଙ୍କ ସୁଅ । ରାଜ୍ୟ ତଥା ବାହାରର ପର୍ଯ୍ୟଟକଙ୍କ ଭିଡ଼ରେ ଏବେ ପ୍ରଫୁଲ୍ଲିତ କନ୍ଧମାଳବାସୀ । ପ୍ରକୃତି କୋଳରେ ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି । ବଣ ପାହାଡ଼ ଘେରା ସବୁଜ ବନାନୀ ଓ ଝରଣାର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି । ସେ ମଧ୍ୟରୁ ଅନନ୍ୟ ଉପହାର କୋଟଗଡ଼ ବ୍ଲକ ସୁବଣ୍ଣଗିରିର ଲୁଦୁ ଜଳପ୍ରପାତ । ଲୁଦୁ ପାହାଡର ଅନ୍ତର୍ଦେଶରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀରେ ବୁଲିବା ଭୋଜି କରିବା ସହ, ଏଠାକାର ସୁନ୍ଦର ମନୋରମ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରୁଛନ୍ତି, ନାଚଗୀତରେ ମସଗୁଲ ହେଉଛନ୍ତି । 

ଦୈନନ୍ଦିନ ଜଞ୍ଜାଳକୁ ପଛରେ ଛାଡ଼ି ବେଶ୍‌ କିଛି ସମୟ ହଜି ଯାଉଛନ୍ତି ପ୍ରକୃତି କୋଳରେ । ଯେଉଁମାନେ ଯାଇନାହାନ୍ତି, ସେମାନେ ନିଶ୍ଚୟ ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରୁ ବଞ୍ଚିତ ରହିବେ । ଥରେ ଯାଆନ୍ତୁନା, କୋଟଗଡ଼ରୁ ମାତ୍ର ୨୫କିଲୋମିଟର ଦୂର । ବଙ୍କାତେଡ଼ା ଘାଟି ରାସ୍ତା ଓ ପାହାଡ଼ ପର୍ବତ ଦେଇ ଯିବାବେଳେ ରୋମାଞ୍ଚିତ ହୁଏ ଉଭୟ ଶରୀର ଓ ମନ । ଜଳପ୍ରପାତ ପାଖରେ ପହଁଚିବା ପରେ ଖୁସି ଅନୁଭବ କରିବା ସହ ମନ୍ତ୍ରମୁଗ୍ଧ ହେଉଛନ୍ତି ପର୍ଯ୍ୟଟକ ।

ଅଧିକ ପଢ଼ନ୍ତୁ---ଆପ୍ରୋଚ୍‌ ରୋଡ୍‌ ପାଇଁ ଅଟକିଛି ଚନ୍ଦ୍ରପା ସେତୁ;ଦୁର୍ଦ୍ଦଶାରେ ବାଙ୍କୀବାସୀ

ବଡ଼ ଲୁଦୁ ଓ ସାନ ଲୁଦୁ ନାମରେ ପରିଚିତ ପର୍ଯ୍ୟଟନସ୍ଥଳୀକୁ ଲୋକେ ପିକନିକ୍‌ ପାଇଁ ଆସୁଛନ୍ତି । କିନ୍ତୁ ସବୁଠୁ ବଡ଼ କଥା ପର୍ଯ୍ୟଟକଙ୍କ ସୁରକ୍ଷା । ପିଲାଠୁ ବୁଢ଼ା ସମସ୍ତେ ତ ଗାଧୋଇବାର ମଜା ଉଠାଉଛନ୍ତି, ହେଲେ କେହି ଯେମିତି ସଜ୍ଜା ନଭୋଗନ୍ତି ସରକାର ସେଥିପ୍ରତି ଦୃଷ୍ଟି ଦେବା ଦରକାର । ସୁରକ୍ଷିତ ଘରକୁ ଫେରିବା ବଡ଼ ପ୍ରାଥମକତା । ଟିକିଏ ଅସାବଧାନତା ଆପଣଙ୍କ ଜୀବନକୁ ବିପଦ ଭିତରକୁ ଠେଲିଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe