କନକ ବ୍ୟୁରୋ : ଅଧପନ୍ତରିଆ ପ୍ରକଳ୍ପ, ଅନିଶ୍ଚିତତା ଭିତରେ ଭବିଷ୍ୟତ । ଆପ୍ରୋଚ ରୋଡ୍ ହୋଇନି ବୋଲି ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । କଟକ ଜିଲ୍ଲା ବାଙ୍କୀ କଳାପଥରକୁ ସଂଯୋଗ କରୁଥିବା ରାସ୍ତା ଭେଡ଼ା ରାମଚନ୍ଦ୍ରପୁର ନିକଟରେ ଚନ୍ଦ୍ରପା ସେତୁର ପୁନଃନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଏବେ ଅଧାରେ ପଡ଼ିଛି । ଯାତାୟାତର ମାଧ୍ୟମ ପାଲଟିଥିବା ଏହି ପୁରାତନ ଚନ୍ଦ୍ରମା ସେତୁ ଦ୍ୱାରା ପଶ୍ଚିମ-ବାଙ୍କୀର ହଜାର ହଜାର ଲୋକ ଅତି କମ୍ ସମୟରେ ବ୍ଲକରେ ପହଁଞ୍ଚିଥାନ୍ତି । କିନ୍ତୁ ବନ୍ୟା ଆସିଲେ ସେତୁଟି ସମ୍ପୂର୍ଣ୍ଣ ବୁଡ଼ିଯାଇଥାଏ । ଏହି ରାସ୍ତା ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବାରୁ କଳାପଥରରୁ ବାଙ୍କୀ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥାଏ ।
ଏହାକୁ ଦୃଷ୍ଟିରେ ରଖି ୨୯ ଡିସେମ୍ବର ୨୦୨୩ ମସିହାରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଏକ ଉଚ୍ଚ ସେତୁ ପାଇଁ ଭୂମି ପୂଜନ କରିଥିଲେ । ୧୦ କୋଟିର ବ୍ୟୟବରାଦରେ ୨୦୨୪ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ବର୍ଷେ ହେଲାଣି, ମାତ୍ର ଅପ୍ରୋଚ ରୋଡ଼ ପାଇଁ ଜାଗା କିଣା ଯାଇନଥିବାରୁ ସେତୁଟି ଏବେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛିରହିଛି । ତୁରନ୍ତ ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
ଅଧିକ ପଢ଼ନ୍ତୁ---ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକ ହତ୍ୟା ମାମଲା : ମମତାଙ୍କୁ ମନମୋହନଙ୍କ ଜବାବ, କହିଲେ ଅଭିଯୋଗ ଭିତ୍ତିହୀନ
ସେତୁର ଉଭୟ ପାର୍ଶ୍ୱରେ ସ୍ଥାନୀୟ ଚାଷୀଙ୍କ ଜାଗା ରହିଥିବାରୁ ଆପ୍ରୋଚ ରୋଡ୍ ହୋଇପାରୁନାହିଁ । ଯାହାଫଳରେ ଅନିଶ୍ଚିତତା ଭିତରେ ଝୁଲୁଛି ସେତୁର ଭବିଷ୍ୟତ । ସେପଟେ ସ୍ଥାନୀୟ ଅଞ୍ଚଳବାସୀ ପୂର୍ତ୍ତ ବିଭାଗକୁ ଦାୟୀ କରିଥିବା ବେଳେ, ପ୍ରଥମେ ଜମି ଅଧିଗ୍ରହଣ ନକରି ସେତୁ ନିର୍ମାଣ କିଭଳି କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ଚାଷୀ ଯଦି ଜାଗା ଦେବାକୁ ରାଜି ହେବେନି ତେବେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା କ’ଣ ପାଣିରେ ପଡ଼ିବ ? ଏନେଇ ବାଙ୍କୀ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ସମ୍ବିତ ମହାନ୍ତି କହିଛନ୍ତି, ସ୍ଥାନୀୟ ତହସିଲଦାରଙ୍କ ସହିତ ଆଲୋଚନା ସରିଛି । ଖୁବଶୀଘ୍ର ଏହି ପ୍ରକ୍ରିୟା ଶେଷ କରି ଅପ୍ରୋଚ ରୋଡ଼ ନିର୍ମାଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/28/chandrama-2025-12-28-16-41-02.jpg)