କନକ ବ୍ୟୁରୋ : ବିପଦ ବଢାଉଛି ମାଲକାନଗିରି ଜିଲ୍ଲା ମାଥିଲିର ଗୁମ୍ମା ଜଳପ୍ରପାତ । ଲୁ୍କ୍କାୟିତ ସୌନ୍ଦର୍ଯ୍ୟଭରା  ସବୁଜ ପାହାଡ ଏବଂ ଝରଣାକୁ ଉପଭୋଗ କରିବାକୁ ଆସି ପର୍ଯ୍ୟଟକ  ମୃତ୍ୟୁମୁଖରେ ପଡୁଛନ୍ତି । ନା ସୁରକ୍ଷା ପାଇଁ ପ୍ରଶାସନ ଚେତୁଛି କି ସଚେତନତା ପାଇଁ ପର୍ଯ୍ୟଟନ ବିଭାଗ। ଯାହାକୁ ନେଇ ଉଠିଛି ପ୍ରଶ୍ନ। ପୁଣି ଗୁମ୍ମା ଝରଣାରେ ୨ କଲେଜ ଛାତ୍ର ବୁଡ଼ିଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

Advertisment

ଅଭାବୀ ବିକ୍ରିର ଶିକାର ନୂଆପଡ଼ା ଚାଷୀ! ଦଲାଲକୁ ଧାନ ବିକିବାକୁ ଚିନ୍ତା କଲେଣି ଚାଷୀ

ମାଲକାନଗିରି ଜିଲ୍ଲା ମାଥିଲିର ଗୁମ୍ମା ଜଳପ୍ରପାତ। ଏହାର ସବୁଜ ବନାନୀ, ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ନିଜ ପାଖକୁ ଟାଣି ଆଣେ।। ମନକୁ ବିଚଳିତ କରିଦିଏ। ହେଲେ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କଲା ବେଳେ ଚାଲିଯାଇଛି ୨ ଛାତ୍ରଙ୍କ ଜୀବନ । ଜୟପୁର ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟରୁ ୫ ସାଙ୍ଗଙ୍କ ସହ ଏଠାକୁ ଭୋଜି କରିବାକୁ ଆସିଥିଲେ । ହେଲେ ଗାଧୋଇବାବେଳେ ଖସିଗଲା ଗୋଡ଼ । କୌଶଳକ୍ରମେ ୨ ଜଣ ବର୍ତ୍ତିଗଲେ, ବୁଡ଼ିଗଲେ ଏହି୨ଜଣ । ବହୁ ଖୋଜାଖୋଜି ପରେ ଏସ୍ ଶିକରଙ୍କ ମୃତଦେହ ଠାବ ହୋଇଛି, ଏଯାଏଁ ଲିଙ୍ଗରାଜଙ୍କ ପତ୍ତା ମିଳିନାହିଁ ।  

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୫ଟି ବିନ୍ଦୁ ଉପରେ ଆଲୋଚନା: ପର୍ଯ୍ୟାୟ କ୍ରମେ ହେବ ରତ୍ନଭଣ୍ଡାର ଗଣତି ମଣତି

ଜୁନ୍‌ ୧୫, ୨୦୨୪। ବଣ ଭୋଜି ପାଇଁ ଗୁମ୍ମାକୁ ଆସିଥିଲେ ଜୟପୁରରୁ ଏକ ପରିବାର । ଆଉ ଗାଧୋଇବା ବେଳେ ପ୍ରାଣ ହରାଇଲେ୨ ଭାଇ । ସେହି ବର୍ଷ ଜଣେ ନାବାଳିକା ସେଲ୍ଫି ନେବା ବେଳେ ଖସିପଡ଼ିଥିଲେ, ହେଲେ ଅଳ୍ପକେ ବଞ୍ଚିଯାଇଥିଲେ ।

ବକେୟା ବିଲ୍ ପାଇଁ ସ୍କୁଲରୁ ବିଦ୍ୟୁତ୍ କାଟିଦେଲୋ ବିଭାଗ, ଟ୍ୟାପରେ ଆସୁନି ପାଣି, କ୍ଲାସରୁମରେ ଚାଲୁନି ପଙ୍ଖା, ହୋଇପାରୁନି ସ୍ମାର୍ଟ କ୍ଲାସ୍

ମୋବାଇଲ ରିଲ୍ସ ଓ ଝରଣାରେ ଗାଧୋଇବା କାଳ ହେଉଛି। କିନ୍ତୁ ପର୍ଯ୍ୟଟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଏଠାରେ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବିପଦ ମୁଣ୍ତାଉଛନ୍ତି ପର୍ଯ୍ୟଟକ ।