Chilika Photograph: (KanakNews)
କନକ ବ୍ୟୁରୋ : ଚିଲିକାରେ ହେବ ପର୍ଯ୍ୟଟନ ସେକ୍ଟର । ୧୪୮ ଏକର ଊର୍ଦ୍ଧ୍ବ ବେସରକାରୀ ଜମିକୁ ଅଧି ଗ୍ରହଣ କରିବ ଇଡକୋ । ଡୋକାର ନାମକ ଏକ ସଂସ୍ଥା ଦ୍ୱାରା ସର୍ଭେ କରିବା ସହ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ହୋଇଛି ଜନ ଶୁଣାଣି । ଚିଲିକାରେ ପର୍ଯ୍ୟଟନ ସେକ୍ଟର ହେଲେ ଦେଶ ଓ ବିଦେଶରେ ପର୍ଯ୍ୟଟକଙ୍କୁ କରିବ ଆକୃଷ୍ଟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ସମଲ ଗାଁ । ଗାଁ ଚାରିପଟେ ରହିଛି ଚିଲିକାର ମନୋରମ ଦୃଶ୍ୟ । ଆଗକୁ ଆହୁରି ଅଧିକ ସୁନ୍ଦର ହେବ । ଚିଲିକାରେ ନୌଚାଳନା ସହ ଆମୋଦ ପ୍ରମୋଦ ପାଇଁ କରାଯିବ ବ୍ୟବସ୍ଥା । ତେଣୁ ଗାଁ ପାଖରେ ଥିବା ୧୪୮ ଏକରରୁ ଅଧିକ ଜମିକୁ ଅଧିଗ୍ରହଣ କରିବ ଇଡ୍କୋ । ଡୋକାର ନାମକ ଏକ ସଂସ୍ଥା ମାଧ୍ୟମରେ ଆରମ୍ଭ ହୋଇଛି ସର୍ଭେ । ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଖଲ୍ଲିକୋଟ ତହସିଲଦାର ମାଲେଶ୍ୱର ପାତ୍ରଙ୍କ ସହ ସଂସ୍ଥାର କର୍ମଚାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇସାରିଛି ଜନ ଶୁଣାଣି ଶିବିର ।
ଚିଲିକା କୂଳରେ ସରକାରଙ୍କ ତରଫରୁ ପର୍ଯ୍ୟଟନ ସେକ୍ଟର ହେଲେ ରୋଜଗାରକ୍ଷମ ହୋଇପାରିବେ ସ୍ଥାନୀୟ ଲୋକ । କିନ୍ତୁ ଜମି ଅଧିଗ୍ରହଣ ହେଲେ ଚାଷବାସ କରି ଜୀବନ ନିର୍ବାହ କରୁଥିବା ସମଲ ଗ୍ରାମବାସୀ ଚାଷ ହରାଇବେ । ତଥାପି ନିଜ ଅଞ୍ଚଳର ସାମଗ୍ରୀକ ବିକାଶ ଆଶାରେ ଉଚିତ ପାଉଣା ମିଳିଲେ ସରକାରଙ୍କୁ ଜମି ଦେବା ସହ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ--ରାଜ୍ୟରେ ବଢ଼ୁଛି ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା;ଏକ ନମ୍ବର ଗଞ୍ଜାମ
Follow Us