କନକ ବ୍ୟୁରୋ : ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ ଟି ଟିମ୍ ଗଠିତ କରାଯାଇଛି । ଟାଙ୍ଗୀ-୧୧, ରମ୍ଭା-୨, ବାଲୁଗାଁ-୪, ନୂଆପଡା-୨, ସାତପଡା-୨ ସହିତ ଲ୍ୟାଣ୍ଡ ମୋବାଇଲ ଟିମ୍ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ। ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ।ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ ।
ବିଦେଶରୁ ଚିଲିକା ମୁହାଁ ଏବେ ବିଦେଶାଗତ ପକ୍ଷୀ । ଶୀତ ଋତୁର ଆଗମନରେ ବର୍ତ୍ତମାନ ଚିଲିକା ଉପରେ ପକ୍ଷୀମାନେ ଘୁରି ବୁଲୁଥିବା ଦେଖିବାକୁ ମିଲିଛି । ଅକ୍ଟୋବର ମାସାରେ ହିଁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀମାନଙ୍କୁ ଦେଖିବାକୁ ମିଳିଥାନ୍ତି । କିପରି ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯିବ ସେ ନେଇ ବନ ବିଭାଗର ତତ୍ପରତା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/14/15-2025-10-14-09-23-24.jpg)