Kalhandi Kokasara Photograph: (Kanak News)
କନକ ବ୍ୟୁରୋ : ଆଉ କିଛି ଦିନ ପରେ ନୂଆବର୍ଷ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଜମୁଛି ବଣଭୋଜିର ଆସର । ଆଉ କଳାହାଣ୍ଡି ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ ଡୋକରିଚଞ୍ଚରା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । କିନ୍ତୁ ଏହା ନାମକୁ ମାତ୍ର । ଡୋକରିଚଞ୍ଚରାରେ କୌଣସି ଆନୁଷଙ୍ଗିକ ସୁବିଧା ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ ।
ସବୁଜ ଜଙ୍ଗଲ । ବଣ ପାହାଡ଼ ଘେରା ପରିବେଶ । ଏ ସୁନ୍ଦରତା ଝରଣାର କୁଳୁକୁଳୁ ନାଦ ଥରେ ଗଲେ ମନ ବୁଝିବନି । ବାରମ୍ବାର ଯିବାକୁ ଇଚ୍ଛା ହେବ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭିତରେ ନିଜର ସବୁ ଦୁଃଖ ଅବସାଦ ଭୁଲିଗଲା ଭଳି ଏ ସ୍ଥାନଟି ହେଉଛି କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସ୍ଥିତ ଡୋକାରିଚଞ୍ଚରା । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପ୍ରକୃତି କୋଳରେ କିଛି ମୁହୂର୍ତ୍ତ ନିଜକୁ ହଜାଇ ଦିଅନ୍ତି ।
ଅଧିକ ପଢ଼ନ୍ତୁ : ସ୍ୱାଭିମାନ ଅଞ୍ଚଳରେ ଚାଷୀଙ୍କ ଦୁର୍ଦ୍ଦଶା; ଜମିକୁ ମାଡ଼ୁନି ପାଣି, ଫେଲ୍ ମାରିଛି ଉଠା ଜଳସେଚନ ପ୍ରକଳ୍ପ
ବର୍ଷ ତମାମ ଭିଡ଼ ଲାଗୁଥିବା ଏହି ସ୍ଥାନଟି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ହେଲେ ଆନୁସଙ୍ଗିକ ବ୍ୟବସ୍ଥା ଦିଗରେ ପର୍ଯ୍ୟଟନ ବିଭାଗ କି ସରକାର କାହାର ନଜର ନାହିଁ । ପାନୀୟ ଜଳ, ଶୌଚାଳୟର ସୁବିଧା ନାହିଁ । ମୋବାଇଲ୍ ନେଟୱାର୍କ ଆସୁନି । ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ରହଣି ପାଇଁ ବି କିଛି ବନ୍ଦୋବସ୍ତ ନାହିଁ । ଯେଉଁଥିପାଇଁ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାଜ୍ୟ ସରକାର ଏ ଦିଗରେ ଗୁରୁତ୍ୱ ପ୍ରଦାନ କରି ଡୋକାରିଚଞ୍ଚରାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
Follow Us