ଟୋକନ ସମସ୍ୟା ; ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

Advertisment

ସମ୍ବଲପୁର ରେମେଡ ଛକରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲାର ଶହ ଶହ ଚାଷୀ । ଜିଲ୍ଲାରେ ଏଯାଏଁ ସବୁ ଚାଷୀଙ୍କୁ ମିଳିନି ଟୋକନ । ଫଳରେ ତାତିଛନ୍ତି କୃଷକ ଆଉ ଅବରୋଧ କରିଛନ୍ତି ରାସ୍ତା , ସମ୍ବଲପୁରର ଚାରି ଦିଗରେ ରାସ୍ତା ବନ୍ଦ ।

ସମ୍ବଲପୁର ରେମେଡ ଛକରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲାର ଶହ ଶହ ଚାଷୀ । ଜିଲ୍ଲାରେ ଏଯାଏଁ ସବୁ ଚାଷୀଙ୍କୁ ମିଳିନି ଟୋକନ । ଫଳରେ ତାତିଛନ୍ତି କୃଷକ ଆଉ ଅବରୋଧ କରିଛନ୍ତି ରାସ୍ତା , ସମ୍ବଲପୁରର ଚାରି ଦିଗରେ ରାସ୍ତା ବନ୍ଦ ।

token problem

token problem Photograph: (kanak news)

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ଟୋକନ ସମସ୍ୟା । ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ସମ୍ବଲପୁର ରେମେଡ ଛକରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲାର ଶହ ଶହ ଚାଷୀ । ଜିଲ୍ଲାରେ ଏଯାଏଁ ସବୁ ଚାଷୀଙ୍କୁ ମିଳିନି ଟୋକନ । ଫଳରେ ତାତିଛନ୍ତି କୃଷକ ଆଉ ଅବରୋଧ କରିଛନ୍ତି ରାସ୍ତା , ସମ୍ବଲପୁରର ଚାରି ଦିଗରେ ରାସ୍ତା ବନ୍ଦ । ସମ୍ବଲପୁରର ୫୩ ଓ ୫୫ ନମ୍ବର ଜାତୀୟ ରାଜପଥ ଠପ୍‌ । ରେମେଡ, ସିନ୍ଦୂରପଙ୍କ, ରେଢ଼ାଖୋଲ ଓ ହୁମାରେ ରାସ୍ତା ଅବରୋଧ କରିଛନ୍ତି ହଜାର ହଜାର ଚାଷୀ । ୫ ଦିନ ପୂର୍ବରୁ ଟୋକନ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ ଚାଷୀ । ଟୋକନ ସମସ୍ୟାର ସମାଧାନ ହୋଇନଥିବାରୁ ଆଜି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । 

ସମ୍ବଲପୁର-ରାଇପୁର, ସମ୍ବଲପୁର-କଟକ, ସମ୍ବଲପୁର-କୋଲକାତା ଓ ସମ୍ବଲପୁର-ସୋନପୁର ରୋଡ଼ରେ ଶହ ଶହ ଚାଷୀ ବସିଛନ୍ତି । ଯାତାୟାତ ଠପ୍‌ ହୋଇଥିବାରୁ ହଜାର ହଜାର ଗାଡ଼ି ଅଟକି ରହିଛି । ଜରୁରୀ ସେବା ବ୍ୟତୀତ ସମସ୍ତ ଗାଡ଼ି ଅଟକିରହିଛି । ସମ୍ବଲପୁରରେ ୬୫ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏଯାଏଁ ୬ ହଜାର ଚାଷୀଙ୍କୁ ଟୋକନ ମିଳିନାହିଁ । ସେହିପରି ୪୫ ହଜାର ଚାଷୀଙ୍କୁ କେବଳ ଗୋଟିଏ ଲେଖାଏଁ ଟୋକନ ମିଳିଛି । ବିଭିନ୍ନ ମଣ୍ଡିରେ ଶହ ଶହ ଟ୍ରିପ୍‌ ଧାନ ପଡ଼ିଛି । ସରକାର ଜାଣିଶୁଣି ମଣ୍ଡିକୁ ଅଚଳ କରୁଛନ୍ତି । ଇନପୁଟ ସବସିଡି ନଦେବାକୁ ସରକାର ଷଡ୍‌ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଟୋକନ ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ଉଠିବେନାହିଁ ବୋଲି କହିଛନ୍ତି ଚାଷୀ ।

ଅଧିକ ପଢ଼ନ୍ତୁ--ମଣ୍ଡି ଖୋଲିବା ପରେ ବି ଦୂର ହେଉନି ସମସ୍ୟା, ଟୋକନ ଓ କଟନୀଛଟନୀକୁ ନେଇ ପେଷି ହେଉଛନ୍ତି ଚାଷୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe