କନକ ବ୍ୟୁରୋ : ମଣ୍ଡି ଖୋଲିଲା । କିନ୍ତୁ ଅଧିକାଂଶ ଜିଲ୍ଲାରେ ସରୁନି ଟୋକନ ସମସ୍ୟା । ବରଗଡରେ କଟନୀଛଟନୀ ପାଇଁ ପ୍ରଶାସନ ସ୍ବୀକୃତିଦେଇଛି । କଳାହାଣ୍ଡିର ଅଧିକାଂଶ ବ୍ଲକରେ ମଣ୍ଡି ଖୋଲି ନ ଥିବା ବେଳେ ବହୁ ଚାଷୀଙ୍କ ଟୋକନ ଆସି ନହିଁ ।
ଅଧିକ ପଢ଼ନ୍ତୁ: କୁଚିଣ୍ଡା ଧାନମଣ୍ଡିରେ ଚାଷୀଙ୍କ ଧାରଣା, ମଣ୍ଡି ଖୋଲିଲାଣି ଆସିନି ଟୋକନ୍
କଟନୀଛଟନୀକୁ ନେଇ ବରଗଡରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ । ଜିଲ୍ଲାରେ ଟୋକନ ସମସ୍ୟା ଲାଗିରହିଛି । ଏପଟେ କଟନୀଛଟନୀକୁ ଜିଲ୍ଲା ପ୍ରଶାସନ ସ୍ବୀକୃତି ଦେଇଛି । କଟନୀଛଟନୀ ଓ ଟୋକନ ସମସ୍ୟାକୁ ନେଇ ବରଗଡ ଜିଲ୍ଲା ଗୋଡ଼ଭଗା ଛକରେ ଜାତୀୟ ରାଜପଥ-୫୩ ଅବରୋଧ କରିଥିଲେ । ମିଲର କ୍ବିଣ୍ଟାଲ ପିଛା ୩-୪ କିଲୋ କାଟିବାକୁ କହୁଥିବା ବେଳେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଚାଷୀ-ମିଲର ଆଲୋଚନା ହୋଇଛି । ଚାଷୀ କ୍ବିଣ୍ଟାଲ ପିଚ୍ଛା ୧ କିଲୋ ଧାନକାଟିବାକୁ ରାଜି ହୋଇଛନ୍ତି । ଡିସେମ୍ବର ୨୦ ସୁଦ୍ଧା ସବୁଚାଷୀଙ୍କୁ ଟୋକେନ ଦେବା ସହ ଜାନୁଆରୀ ଶେଷସୁଦ୍ଧା ଧାନ ଉଠାଇବାକୁ ପ୍ରତିଶ୍ରୃତି ଦେଇଛି ପ୍ରଶାସନ ।
ଅଧିକ ପଢ଼ନ୍ତୁ: ତୁଟୁନି ମଣ୍ଡି ସମସ୍ୟା ; ପଡ଼ିରହିଛି ୩୦ ହଜାର ଧାନ ବସ୍ତା
କଳାହାଣ୍ଡି ଜିଲ୍ଲାରେ ବହୁ ଚାଷୀ ବର୍ତ୍ତମାନ ଧାନ କାଟି ସାରିଲେଣି । ନଭେମ୍ବର ୨୯ରେ ମଣ୍ଡି ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ଅନେକ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିନଥିବାରୁ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି । ମଣ୍ଡିରେ ଧାନକିଣା ବିଳମ୍ବ ହେବାର ମୁଖ୍ୟ କାରଣ ହେଉଛି- ମିଲର୍ସଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି । ଜିଲ୍ଲାରେ ଚୁକ୍ତି କରିଥିବା ୯୦ ଜଣ ମିଲର୍ସଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଙ୍କ ଗ୍ୟାରେଣ୍ଟିର କ୍ଲିଅରାନ୍ସ ପାଇଁ ଫାଇଲ୍ କୋଲକାତା ପଠାଯାଇଛି। ଏହା କ୍ଲିଅରାନ୍ସ ହୋଇ ନ ଆସିବା ପର୍ଯ୍ୟନ୍ତ ବ୍ୟାପକ ଭାବେ ଧାନକିଣା ଆରମ୍ଭ କରାଯାଇ ପାରୁନାହିଁ । ଫଳରେ ଦଲାଲ ସକ୍ରିୟ ହୋଇଉଠିଛନ୍ତି ।
ଅଧିକ ପଢ଼ନ୍ତୁ: ବିଧାନସଭାରେ ଉଠିଲା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ; ମଣ୍ଡି ଜଗିବେ ମନ୍ତ୍ରୀ
କଳାହାଣ୍ଡି ଜିଲ୍ଲାରେ ୩୦୩ଟି ମଣ୍ଡି ଖୋଲାଯିବାକୁ ଥିବା ବେଳେ ଧାନକିଣାର ଦୟନୀୟ ଚିତ୍ର ଚାଷୀଙ୍କ ଚିନ୍ତା ବଢ଼ାଇଛି। ବହୁ ଚାଷୀଙ୍କ ଧାନ ଶସ୍ତା ଦରରେ ଛତିଶଗଡ଼ ପାର ହୋଇସାରିଲାଣି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/mandi-2025-12-09-20-02-40.jpg)