କନକ ବ୍ୟୁରୋ :  କଳାହାଣ୍ଡି ଜିଲ୍ଲାରେ ବହୁ ଚାଷୀ ବର୍ତ୍ତମାନ ଧାନ କାଟି ସାରିଲେଣି । ଗତ ନଭେମ୍ବର ୨୯ରେ ମଣ୍ଡି ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ମଧ୍ୟ ଅଧିକାଂଶ ବ୍ଲକରେ ମଣ୍ଡି ଖୋଲି ନଥିବା ବେଳେ ବହୁ ଚାଷୀଙ୍କ ଟୋକନ ଆସିନାହିଁ । ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । 

Advertisment

ଅଧିକ ପଢ଼ନ୍ତୁ : ମଣ୍ଡି ଖୋଲିବା ପରେ ବି ଦୂର ହେଉନି ସମସ୍ୟା, ଟୋକନ ଓ କଟନୀଛଟନୀକୁ ନେଇ ପେଷି ହେଉଛନ୍ତି ଚାଷୀ

ଗତ ନଭେମ୍ବର ୨୯ ତାରିଖରୁ ମଣ୍ଡି ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ, ହେଲେ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ସ୍ଥାନରେ ମଣ୍ଡିରେ ଏବେ ବି ତାଲା ଝୁଲୁଛି । ଜୟପାଟଣା ବ୍ଲକରେ ବହୁ ପଞ୍ଜୀକୃତ ଚାଷୀଙ୍କ ପାଖକୁ ଟୋକନ୍ ଆସିନଥିବା ଅଭିଯୋଗ ଆସିଛି । ଆଉ ଯେଉଁମାନଙ୍କ ପାଖକୁ ଟୋକନ୍ ଆସିଛି। ସେମାନଙ୍କ ଦିନ ବିତୁଛି ମଣ୍ଡିରେ । ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିକୁ ଧାନ ନଇ ହଟହଟା ହୋଇଛନ୍ତି। ଦିନ ରାତି ଜଗି ରହିଛା। 

ଅଧିକ ପଢ଼ନ୍ତୁ : ଖୋଲିଲା ମଣ୍ଡି ସରିନି ଟେନସନ୍, ଟୋକନ ମିଳିନଥିବାରୁ କେମିତି ବିକିବେ ଧାନ ଚିନ୍ତାରେ ଚାଷୀ

ଖଳାରେ ଧାନ ଗଦା ହୋଇଛି। ଶୀତ କାକର ସହି ଚାଷୀ ନିଜ ଫସଲକୁ ଜଗିବସିଛି । ନା ଘରକୁ ନେଇପାରୁଛି ନା ମଣ୍ଡିକୁ । କୋକସରାରେ ମଣ୍ଡି ଖୋଲି ବିତିଲାଣି ୧୧ ଦିନରୁ ଅଧିକ । ହେଲେ ନା ଟୋକନ ଆସୁଛି, ନା ଆସୁଛନ୍ତି ମିଲର୍ସ । ପ୍ୟାକ୍ସ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ବି କାହାର ଦେଖାନାହିଁ । ତେଣୁ ମୁଖୀଗୁଡ଼ା ଆରଏମସି ଅଧୀନରେ ଥିବା କୋକସରା ବ୍ଲକରେ ୬ଟି ପ୍ୟାକ୍ସ ରହିଛି । ପ୍ୟାକ୍ସ ଗୁଡ଼ିକ ଅଧୀନରେ ଅଛି ମୋଟ ୨୩ଟି ଧାନ ମଣ୍ଡି ଓ ୭ଟି ଉପମଣ୍ଡି । ଚଳିତବର୍ଷ ୬ଟି ପ୍ୟାକ୍ସ ଓ ଗୋଟିଏ ମାତ୍ର ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବାର ସୂଚନା ରହିଛି । ଏଥିପାଇଁ ବ୍ଲକରେ ମୋଟ ୧୩ ହଜାର ୧୦୬ ଜଣ ଚାଷୀ ଖରିଫ ଧାନ ବିକିବା ନିମନ୍ତେ ପଞ୍ଜୀକରଣ କରିଛନ୍ତି । ହେଲେ ଏଠି ବି ସମାନ ଅବସ୍ଥା। କାଁ ଭାଁ ଚାଷୀଙ୍କ ଟୋକନ୍ ଆସିଛି। ଆଉ ନଆସିଥିବା ଚାଷୀ ଦ୍ୱନ୍ଦରେ ପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ : ୪ ଦିନ ପରେ ଖୋଲିଲା ମଣ୍ଡି; ଆରମ୍ଭ ହେଲା ଧାନ ସଂଗ୍ରହ

ଜିଲ୍ଲାରେ ଧାନ ବିକ୍ରି ପାଇଁ ମୋଟ ୧ ଲକ୍ଷ ୨୧ ହଜାର ୧୮୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ  ୩୬ ଲକ୍ଷ ୫୮ ହଜାର କ୍ବିଣ୍ଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୩୦୩ଟି ମଣ୍ଡି ଖୋଲିବାକୁ ଥିବା ବେଳେ ଧାନକିଣାର ଏଭଳି ଦୟନୀୟ ଚିତ୍ର ଚାଷୀଙ୍କ ଚିନ୍ତା ବଢ଼ାଇଛି । ଯାହାର ଫାଇଦା ନେଇ ସକ୍ରିୟ ହେଲେଣି ଦଲାଲ । ବହୁ ଚାଷୀଙ୍କ ଧାନ ଶସ୍ତା ଦରରେ ଛତିଶଗଡ଼ ପାର ହୋଇସାରିଲାଣି । ତୁରନ୍ତ ମଣ୍ଡି ନଖୋଲିଲେ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।