ଆଜି ରାମ ମନ୍ଦିରରେ ଲାଗିବ ଧର୍ମଧ୍ବଜା, ଉତ୍ସବମୁଖର ଅଯୋଧ୍ୟା ନଗରୀ

ସକାଳୁ ସକାଳୁ ଦେଖିବାକୁ ମିଳିଲାଣି ପ୍ରବଳ ଜନସମାଗମ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି

Ram mandir

Ram mandir Photograph: (KanakNews)

କନକ ବ୍ୟୁରୋ: ରାମ ମନ୍ଦିରରେ ଲାଗିବ ଧର୍ମଧ୍ବଜା, ଉତ୍ସବମୁଖର ଅଯୋଧ୍ୟାନଗରୀ । ସକାଳୁ ସକାଳୁ ଦେଖିବାକୁ ମିଳିଲାଣି ପ୍ରବଳ ଜନସମାଗମ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି । ଶ୍ରୀରାମ ମନ୍ଦିରରେ ଆଜି ଧ୍ବଜାରୋହଣ ଉତ୍ସବ, ମନ୍ଦିରର ଶୀଖରରେ ଲାଗି ହେବ ଗେରୁଆ ରଙ୍ଗର ପତାକା । ଏହି ପତାକା ମନ୍ଦିର ଚୂଡାରେ ଲାଗିବା ପରେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ମନ୍ଦିର ନିର୍ମାଣର ଏହା ହେବ ଶେଷ ପ୍ରତୀକ । ଏହି ଭବ୍ୟ ସମାରୋହ ପାଇଁ ଉତ୍ସବମୁଖର ହୋଇଉଠିଛି ଅଯୋଧ୍ୟା ।

ଅଯୋଧ୍ୟା ରାମ ମନ୍ଦିର ପରିସରରେ ପ୍ରତିଷ୍ଠା ହେଲା ରାମ ଦରବାର: ମନ ମୋହୁଛି ପ୍ରଭୁ ଶ୍ରୀରାମ, ମାତା ସୀତାଙ୍କ ସହ ଲକ୍ଷ୍ମଣ, ଭରତ ଓ ହନୁମାନଙ୍କ ପ୍ରତିମୂର୍ତ୍ତି

ଧ୍ବଜାରୋହଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅଯୋଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଶ୍ରୀରାମ ମନ୍ଦିରରେ ଧ୍ବଜାରୋହଣ କରାଇବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାରର ପ୍ରସ୍ତୁତି ସରିଛି। ମଧ୍ୟାହ୍ନରେ ଧ୍ବଜାରୋହଣ ଉତ୍ସବ ହେବ । ଧ୍ବଜାରୋହଣ ଉତ୍ସବରେ ରାମ ଲଲ୍ଲାଙ୍କ ପାଇଁ ସ୍ବତନ୍ତ୍ର ବସ୍ତ୍ର। ସୁନା ଖଚିତ ହଳଦିଆ ବସ୍ତ୍ର ଉପରେ ଏକ ପଶ୍ମିନା ଶାଲ ପିନ୍ଧିବେ ପ୍ରଭୁ ଶ୍ରୀରାମ । ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲ୍ଲାର ଧର୍ମାବରମରୁ ଏହି ସ୍ବତନ୍ତ୍ର ବସ୍ତ୍ର ଅଯୋଧ୍ୟାରେ ପହଁଚିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରବଳ ଜନସମାଗମ ପାଇଁ ଉତ୍ତରପ୍ରଦେଶ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 
ରାମ ମନ୍ଦିରରେ ଲାଗିବ ଧର୍ମଧ୍ବଜା
ଉତ୍ସବମୁଖର ଅଯୋଧ୍ୟା ନଗରୀ
ସକାଳୁ ସକାଳୁ ପ୍ରବଳ ଜନସମାଗମ
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି
ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୦ଟାରେ ସପ୍ତମନ୍ଦିରରେ ପହଞ୍ଚିବେ
ପରେ ଶେଷାବତାର ମନ୍ଦିର ପରିଦର୍ଶନ କରିବେ
ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ 
ପରେ ରାମ ଦରବାର ଗର୍ଭଗୃହରେ ପୂଜା କରି ରାମ ଲଲ୍ଲାଙ୍କ ଦର୍ଶନ କରିବେ
ମଧ୍ୟାହ୍ନ ୧୨ଟାରେ, ମନ୍ଦିରର ଶୀର୍ଷରେ ଧ୍ବଜାରୋହଣ ହେବ
ପତାକାଟି ଏକ ସମକୋଣ ତ୍ରିକୋଣୀୟ ଗଠନ, ଯାହାର ଉଚ୍ଚତା ୧୦ ଫୁଟ ଏବଂ ଲମ୍ବା
ଏଥିରେ ପ୍ରଭୁ ରାମଙ୍କ ତେଜ ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଉଜ୍ଜ୍ୱଳ ସୂର୍ଯ୍ୟଙ୍କୁ ଚିତ୍ରିତ କରାଯାଇଛି
ଏଥିରେ 'ଓମ୍' ଏବଂ କୋବିଦାର ଗଛର ପ୍ରତୀକ ମଧ୍ୟ ଅଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe