କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା ,ଏଆଇ ନଜରରେ ସମସ୍ତ ପରୀକ୍ଷାକେନ୍ଦ୍ର

Advertisment

ଓଡ଼ିଶା ବୋର୍ଡ ଅଧିନରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ବଚ୍ଛତା ଓ ତ୍ରୁଟିଶୂନ୍ୟ ଭାବେ ସାରିବା ବୋର୍ଡ କର୍ତ୍ତୁପକ୍ଷ ଓ ଗଣଶିକ୍ଷା ବିଭାଗ ପାଇଁ ବଡ ଆହ୍ବାନ ।

ଓଡ଼ିଶା ବୋର୍ଡ ଅଧିନରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ବଚ୍ଛତା ଓ ତ୍ରୁଟିଶୂନ୍ୟ ଭାବେ ସାରିବା ବୋର୍ଡ କର୍ତ୍ତୁପକ୍ଷ ଓ ଗଣଶିକ୍ଷା ବିଭାଗ ପାଇଁ ବଡ ଆହ୍ବାନ ।

Matric Exam

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ଛାତ୍ର ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଓଡ଼ିଶା ବୋର୍ଡ ଅଧିନରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ  ସ୍ବଚ୍ଛତା ଓ ତ୍ରୁଟିଶୂନ୍ୟ ଭାବେ ସାରିବା ବୋର୍ଡ କର୍ତ୍ତୁପକ୍ଷ ଓ ଗଣଶିକ୍ଷା ବିଭାଗ ପାଇଁ ବଡ ଆହ୍ବାନ । ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୦୮୨ କେନ୍ଦ୍ରରେ ହେବ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଛି ।

ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି  ସର୍ଭେଲାନ୍ସରେ ରଖାଯାଇଛି । କଣ୍ଟ୍ରୋଲ୍  ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯିବ । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି । ସବୁ କେନ୍ଦ୍ରକୁ ଜଗିଛି ପୁଲିସ୍ । ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢନ୍ତୁ : ଓଟିଇଟି, ଆରଆଇ, ଅମିନ ପରୀକ୍ଷା : ମାଟ୍ରିକ ପ୍ରଶ୍ନପତ୍ର ଲିକ୍

ପରୀକ୍ଷା କେନ୍ଦ୍ରକୁ ଫୋନ୍ ବାରଣ କରାଯାଇଥିବା ବେଳେ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି । ସ୍ପେଶାଲ ଭିଜିଲାନ୍ସ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବେ । ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟର ମାର୍କ ରହିଛି । ମଙ୍ଗଳବାରଠାରୁ ସିବିଏସଇ, ବୁଧବାର ସିଏଚ୍ଏସଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜିଠୁ ଓଡ଼ିଶା ମାଟ୍ରିକ ବୋର୍ଡ ପରୀକ୍ଷା ହେବ । ଛାତ୍ରଛାତ୍ରୀ ଓ ଅବଭାବକଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଉତ୍କଣ୍ଠା ଲାଗି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe