କନକ ବ୍ୟୁରୋ : ଗତ କିଛି ଦିନ ମଧ୍ୟରେ ଏଭଳି ପରୀକ୍ଷାରେ ତ୍ରୁଟି ନେଇ ସାରା ରାଜ୍ୟରେ ତମ୍ୱିତୋଫାନ ହୋଇଛି । ପରୀକ୍ଷାର୍ଥୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ହେଲେ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ଏସଓପି ଆଣିଛନ୍ତି ରାଜ୍ୟ ସରକାର ।
ଏଆଇ ଜଗିବ ପରୀକ୍ଷା କେନ୍ଦ୍ର
ସରକାରୀ ପ୍ରେସରେ ଛପାଯିବ ପ୍ରଶ୍ନପତ୍ର
ଏଣିକି ନିଯୁକ୍ତି ପରୀକ୍ଷାରେ କୌଣସି ତ୍ରୁଟି କିମ୍ୱା ବିଚ୍ୟୁତିକୁ ବରଦାସ୍ତ କରାଯିବନି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଚିଠି ଲେଖାଯାଇଛି ।
ପରୀକ୍ଷା ପରିଚାଳନା ପାଇଁ ଏସ୍ଓପି
ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ଆଣିବା ଯାଏଁ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ
ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କଣ୍ଟ୍ରୋଲ ଓକାକ୍ କିମ୍ବା ଏନ୍ଆଇସି ପାଖରେ ରହିବ
ସମସ୍ତ ନିଯୁକ୍ତି ପରୀକ୍ଷା ସରକାରୀ କଲେଜ, ବିଶ୍ବବିଦ୍ୟାଳୟରେ କରାଯିବ
ପରୀକ୍ଷା ପରିଚାଳନା ସଂସ୍ଥା ଆଉ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ
ପ୍ରଶ୍ନପତ୍ର ଛପାଇବା ପାଇଁ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ ହେବ
ବାହାର ସଂସ୍ଥା ଦ୍ବାରା ହେବନି ପରୀକ୍ଷା
ପ୍ରଶ୍ନପତ୍ରର ଉଭୟପଟ ହେବ ସିଲ୍
ପରୀକ୍ଷା ପରିଚାଳନା ବେଳେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ କଡ଼ାକଡ଼ି କରାଯିବ । ଆଗାମୀ ଦିନରେ ପରୀକ୍ଷା ପରିଚାଳନା ଦାୟିତ୍ବ କୌଣସି ଏଜେନ୍ସି କିମ୍ବା ଆଉଟସୋର୍ସିଂ ଦ୍ଵାରା ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ ସରକାର ।
ପରୀକ୍ଷା ପରିଚାଳନା ପାଇଁ ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ବ୍ୟବସ୍ଥା ହେବ
ଫାଇନାଲ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ପରୀକ୍ଷା ହଲ୍କୁ ଆସିବା ଯାଏଁ ଅଧିକାରୀ ଦାୟିତ୍ୱରେ ରହିବେ
ଓଏଏସ୍, ପୁଲିସ ଓ ଅନ୍ୟ ବିଭାଗର ଅଧିକାରୀ ଦାୟିତ୍ୱରେ ରହିବେ
ପୁଲିସ ବିଭାଗ ପରୀକ୍ଷାରେ ଜଣେ ଆଇଜି ରାଙ୍କର ଅଧିକାରୀ ରହିବେ
ପ୍ରଶ୍ନପତ୍ର ଖୋଲିବା ସମୟରେ ଭିଡିଓଗ୍ରାଫି କରଯିବ
ଅନ୍ଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ
ବୈଷୟିକ ଉପକରଣକୁ ବି ଯାଞ୍ଚ କରାଯିବ
ଆଗାମୀ ଦିନରେ ଦେଢଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରିବେ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/23/39-2025-09-23-20-10-18.jpg)