ଭୁବନେଶ୍ୱର ଆଇଗିଣିଆ ଶୀତଳଭଣ୍ଡାରରେ ରାତି ଅଧରେ ଅଘଟଣ, ଲିକ୍ ହୋଇ ଅଞ୍ଚଳକୁ ଛାଇଗଲା ଆମୋନିଆ ଗ୍ୟାସ

Advertisment

ଲିକ୍ ହୋଇ ଅଞ୍ଚଳକୁ ଛାଇଗଲା ଆମୋନିଆ ଗ୍ୟାସ । ସ୍ଥାନୀୟ ଲୋକଙ୍କୁ ହଟାଇଲା ପୁଲିସ, ୩ ଘଣ୍ଟାର ଅପରେସନ ପରେ ସ୍ଥିତି ନିୟନ୍ତ୍ରଣ କଲେ ଅଗ୍ନିଶମ ବାହିନୀ ।

ଲିକ୍ ହୋଇ ଅଞ୍ଚଳକୁ ଛାଇଗଲା ଆମୋନିଆ ଗ୍ୟାସ । ସ୍ଥାନୀୟ ଲୋକଙ୍କୁ ହଟାଇଲା ପୁଲିସ, ୩ ଘଣ୍ଟାର ଅପରେସନ ପରେ ସ୍ଥିତି ନିୟନ୍ତ୍ରଣ କଲେ ଅଗ୍ନିଶମ ବାହିନୀ ।

Gas

Gas Photograph: (Kanak News)

କନକ ବ୍ୟୁରୋ : ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରେ ଥିବା ଏକ ଶୀତଳ ଭଣ୍ଡାରରେ କୋଲ୍ଡ ଆମୋନିଆ ଗ୍ୟାସ ଲିକ୍ ।  ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ବିଳମ୍ବିତ ରାତିରେ ଆଇଗିଣିଆ ଶୀତଳ ଭଣ୍ଡାରରେ  ଆମୋନିଆ ଗ୍ୟାସ  ଗ୍ୟାସ ଧୂଆଁ ବାହାରୁଥିବାରୁ ଆଖପାଖ ଅଞ୍ଚଳରେ ଭୟବୀତ ପରିସ୍ଥିତି ଦେଖାଦେଇଥିଲା । ଖବର ପାଇ ତମାଣ୍ଡୋ ଫାୟାର ଷ୍ଟେସନ, ଭୁବନେଶ୍ୱର ଫାୟାର ଷ୍ଟେସନ ଓ ସ୍ପେଶାଲ ଫାୟାର ଫାଇଟିଂ ଫୋର୍ସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ ।

ପ୍ରଥମେ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଆଖପାଖର ଲୋକମାନଙ୍କୁ ସେଠାରୁ ହଟାଯାଇଥିଲା । ଆମୋନିଆ ଗ୍ୟାସ ପାଣିରେ ଘୁଲନଶୀଳ ହେବାରୁ ଗ୍ୟାସ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ କୋଲ୍ଡ ଷ୍ଟୋରେଜ ଭିତରେ ପାଣି ଛିଟାଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀମାନେ ଶୀତଳ ଭଣ୍ଡାର ଭିତରକୁ ପ୍ରବେଶ କରି ଯେଉଁ ଭାଲ୍ଭରୁ ଗ୍ୟାସ ଲିକ୍ ହେଉଥିଲା, ସେହି ଭାଲ୍ଭକୁ ବନ୍ଦ କରିଥିଲେ ।

ଅଧିକ ପଢନ୍ତୁ : ନାକେଦମ୍‌ କରୁଛି ସୁପରମାର୍ଟ ନିଆଁ; କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ଲିକ୍ ସଫଳତାର ସହ ନିୟନ୍ତ୍ରଣ ହୋଇଥିଲା । ସମଗ୍ର ଅଭିଯାନ କଟକ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସରଙ୍କ ନିରୀକ୍ଷଣରେ ଚାଲିଥିଲା । ଏହି ଘଟଣା ପରେ ଶିଳ୍ପ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ନେଇ ପୁଣିଥରେ ପ୍ରଶ୍ନ ଉଠିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe