କନକ ବ୍ୟୁରୋ : ପାକିସ୍ତାନର କରାଚୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରାଚୀର ସୋଲଜର୍ ବଜାର ଗୁଲ ରାଣା ଅଞ୍ଚଳର ଏକ ବାସଭବନରେ ଗ୍ୟାସ୍ ଲିକ୍ ହୋଇ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ଏକ ୩ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ମହିଳା ଓ ଶିଶୁ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪ଜଣ ଆହତ ହୋଇ ନିକଟସ୍ଥ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ସୂଚନା ଅନୁଯାୟୀ, ବୁଧବାର ବିଳମ୍ଵିତ ରାତିରେ ବାସଭବନର ପ୍ରଥମ ମହଲାରେ କୌଣସି କାରଣ ବସତଃ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ କରିଥିଲା ଏବଂ ସ୍ପାର୍କିଂ କାରଣରୁ ଘରେ ଅଚାନକ ନିଆଁ ବ୍ୟାପି ବଡ଼ ବିସ୍ଫୋରଣ ଘଟିଥିଲା। ପ୍ରଥମ ମହଲାରେ ବିସ୍ଫୋରଣ ଘଟିଥିବାରୁ କୋଠାଟିର ଅଧିକାଂଶ ଅଂଶ ଭୁଶୁଡ଼ି ପଡିଥିଲା। ଏଥିରେ ୪ଜଣ ଶିଶୁ, ୩ ମହିଳା ସମେତ ୧୩ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳେ ଏବେ ବି ୨ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରିଛି ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ।

ଅଧିକ ପଢ଼ନ୍ତୁ---ଭାରତ ଉପରେ ଶୁଳ୍କ ଲଗାଇବାକୁ ଟ୍ରମ୍ପ ଖୋଜୁଛନ୍ତି ବାହାନା