କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ଜୀବନ ଏବେ ଗଭୀର ସଙ୍କଟରେ । ମିସାଇଲ୍ ମାଡ଼ ଓ ଆକ୍ରମଣ ଭୟରେ ସେମାନେ ନିଜ ନିଜ ଘର କିମ୍ବା କ୍ୟାମ୍ପ ଭିତରେ ବନ୍ଦୀ ହୋଇ ରହିଛନ୍ତି । କୁଏତ, ଆବୁଧାବି, ଦୁବାଇ, ବାହାରିନ୍, ଇସ୍ରାଏଲ ଆଦି ଦେଶରେ ରହୁଥିବା ଓଡ଼ିଆମାନେ ପ୍ରତି ମୁହୂର୍ତ୍ତରେ ମିସାଇଲ୍ ମାଡ଼ର ଶବ୍ଦ ଶୁଣୁଛନ୍ତି । ଅନେକ ସ୍ଥାନରେ ଘରଗୁଡ଼ିକ ଭୂମିକମ୍ପ ଭଳି ଥରୁଛି, ଯାହା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ସୁପର ମାର୍କେଟ୍ ଗୁଡ଼ିକ ବନ୍ଦ ଥିବାରୁ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ପିଇବା ପାଣି ଓ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି ।
ଲୋକ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଓଡ଼ିଆମାନେ ନିଜ ଜନ୍ମମାଟିକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ବିମାନ ବନ୍ଦରଗୁଡ଼ିକ ଧ୍ୱଂସ ହୋଇଯାଇଥିବାରୁ କିମ୍ବା ବିମାନ ଚଳାଚଳ ବନ୍ଦ ଥିବାରୁ ସେମାନେ ସେଠାରେ ଫସି ରହିଛନ୍ତି । ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଭଳି ବିଭିନ୍ନ ଅଞ୍ଚଳର ଶ୍ରମିକ ଓ ବୃତ୍ତିଧାରୀମାନେ ସେଠାରେ ଅଟକି ରହିଛନ୍ତି । ସେମାନେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଭରସାରେ ଅଛନ୍ତି ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତା ପାଇଁ ନିବେଦନ କରୁଛନ୍ତି । ସେପଟେ ଓଡ଼ିଆଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଅଧିକ ପଢନ୍ତୁ : ପାକ୍ ଏୟାରବେସ୍ ଉପରେ ଶନିଦଶା ! ତାଲିବାନ କଲା ଆକ୍ରମଣ,ଫୁଟାଣି ମାରି ପାକ୍ କହୁଛି ‘ଆମର କିଛି ହୋଇନି’
ବିପଦରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ଜୀବନ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଫସିଛନ୍ତି ଓଡ଼ିଆ
ଉପସାଗରୀୟ ଦେଶଗୁଡ଼ିକରେ ଅଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ
କୁଏତ, ଆବୁଧାବି, ଦୁବାଇ, ବାହାରିନ୍, ଇସ୍ରାଏଲ୍ରେ ରହୁଛନ୍ତି ଅନେକ ଓଡ଼ିଆ
ମିସାଇଲ୍ ଓ ଡ୍ରୋନ୍ ମାଡ଼ ଭିତରେ ଆତଙ୍କିତ ଅବସ୍ଥାରେ ଲୋକ
ଓଡ଼ିଆଙ୍କ ସୁରକ୍ଷା ପାଇଁ ବୈଠକ ଡାକିଲେ ରାଜ୍ୟ ସରକାର
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ନେଇ ବୈଠକରେ ଆଲୋଚନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/war-update-2026-03-03-09-43-46.jpg)