Photograph: (KANAKNEWS)
କନକ ବ୍ୟୁରୋ : ଡିଜିଟାଲ୍ ବ୍ୟାଙ୍କିଙ୍ଗର ଏହି ଯୁଗରେ ଅର୍ଥ ପ୍ରେରଣ, ବିଲ୍ ପେମେଣ୍ଟ ଏବଂ ନିବେଶ ଭଳି ସେବାଗୁଡ଼ିକ ଏବଂ ମୋବାଇଲ୍ ପ୍ଲାଟଫର୍ମ ମାଧ୍ୟମରେ 24/7 ଉପଲବ୍ଧ ହୋଇପାରୁଛି । ଏହାରି ଭିତରେ ଦେଶର ସର୍ବବୃହତ ବ୍ୟାଙ୍କ SBI mCASH ସେବାକୁ ବନ୍ଦ କରିବାକୁ ଯାଉଛି । ଡିସେମ୍ବର ୧ , ୨୦୨୫ ରୁ ଏହି SBI ଏହି ସେବା ସମ୍ପୁର୍ଣ ବନ୍ଦ ହୋଇଯିବ ।
ଅଧିକ ପଢନ୍ତୁ.... Sheikh Hasina : ବଡ଼ ରାୟ ଦେଲେ ବାଂଲାଦେଶ କୋର୍ଟ : ହସିନାଙ୍କୁ ଫାଶୀଦଣ୍ଡ
ଭାରତୀୟ ଷ୍ଟେଟ ବ୍ୟାଙ୍କ SBI ଘୋଷଣା କରିଛି ଯେ , ୩୦ ନଭେମ୍ବର, ୨୦୨୫ ପରେ SBI ଏବଂ YONO Lite ରେ ଅନଲାଇନରେ mCash ପଠାଇବା ଏବଂ ଦାବି କରିବାର ସୁବିଧା ବନ୍ଦ କରିଦେବ । ଏହାର ଅର୍ଥ ହେଉଛି ଡିସେମ୍ବର ୧ରୁ ଗ୍ରାହକମାନେ ବେନିଫିସିଆରି ପଞ୍ଜିକରଣ ବିନା mCash ଲିଙ୍କ୍ କିମ୍ବା ଆପ୍ ମାଧ୍ୟମରେ ଟଙ୍କା ପଠାଇବା କିମ୍ବା ପାଣ୍ଠି ଦାବି କରିବା ପାଇଁ mCash ବ୍ୟବହାର କରିପାରିବେ ନାହିଁ । ଏହା ବଦଳରେ ବ୍ୟାଙ୍କ ହିତାଧିକାରୀଙ୍କୁ UPI, IMPS, NEFT, RTGS, ଇତ୍ୟାଦି ବିକଳ୍ପ ପଦ୍ଧତି ବ୍ୟବହାର କରିବାକୁ ଅନୁରୋଧ କରିଛି ।
ଅଧିକ ପଢନ୍ତୁ.... ମଝି ରାସ୍ତାରେ ଜଗିଥିଲା ଯମ : ମଦିନା ପହଞ୍ଚିବା ପୂର୍ବରୁ ମାରିଦେଲା ନିଆଁ
ବର୍ତ୍ତମାନ ସମୟରେ ଟଙ୍କା ନେଣ ଦେଣ ବହୁ ଶିଘ୍ର ହେଉଥିବା ବେଳେ , mCASH ରେ ଟଙ୍କା ପଠାଇବା ପ୍ରଣାଳୀ ବହୁତ ପୁରୁଣା ଅଟେ। ତେବେ ଡିଜିଟାଲ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ ଏବଂ ଦ୍ରୁତ କରିବା, ପାଇଁ ବ୍ୟାଙ୍କ mCASH ମାଧ୍ୟମରେ ଟଙ୍କା ପଠାଇବା ପଦ୍ଧତିକୁ SBI ବନ୍ଦ କରିବାକୁ ଯାଉଛି ।
Follow Us