କନକ ବ୍ୟୁରୋ: ଆଶା ତ ଅନେକ ଥିଲା ମଦିନା ଯାଇ ମହମ୍ମଦଙ୍କୁ ମନର କଥା ଜଣାଇବାକୁ, ହେଲେ କିଏ ଜାଣିଥିଲା ମୃତ୍ୟୁ ମଝି ରାସ୍ତାରେ ଅପେକ୍ଷା କରିଛି ବୋଲି । ମକ୍କାରେ ହଜ୍ ସାରି ମଦିନା ଯାଉଥିବାବେଳେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜୀଅନ୍ତା ଜଳିଯାଛନ୍ତି ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀ । ସାଉଦିଆରବରେ ଘଟିଥିବା ଏହି ଛାତିଥରା ବସ୍ ଦୁର୍ଘଟଣା ଭାରତ ସହ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି  । 

Advertisment

ଅଧିକ ପଢନ୍ତୁ...  ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀ ଅଟକ ; ସନ୍ଦିଗ୍ଧଙ୍କ ଘର ଭାଙ୍ଗିଲା ପ୍ରଶାସନ

ସକାଳୁ ସକାଳୁ ଯେବେ ଭାରତର ନିଦ ଭାଙ୍ଗିଲା, ସେତେବେଳେ ସୁଦୂର ସାଉଦିଆରବରୁ ଆସିଲା ଦୁଃଖଦ ଖବର । ସାଉଦି ଆରବରେ ବସ୍‌ ଜଳିଯିବାରୁ ୪୨ଜଣ ଭାରତୀୟ ମୁସଲମାନ ଜିବନ୍ତ ଦଗ୍ଧ ହୋଇଯାଇଛନ୍ତି । ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ୍ ସାମନା ପଟୁ ଆସୁଥିବା ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । 

ଅଧିକ ପଢନ୍ତୁ.... Sheikh Hasina Verdict Today : ଶେଖ୍‌ ହସିନାଙ୍କୁ ଦିଆଯିବ କି ଦଣ୍ଡ ?

ଆଉ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ବଡ଼କଥା ହେଉଛି ବସ୍‌ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି । ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ ଅଛନ୍ତି ।

ଅନେକ ଯାତ୍ରୀ ଶୋଇଥିଲେ ଆଉ ଏ ଭୟଙ୍କର ଦୁର୍ଘଟଣା ତାଙ୍କୁ ସବୁଦିନ ପାଇଁ ଶୁଆଇଦେଇଛି । ଏ ଛାତିଥରା ଘଟଣା ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ  ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ  ଘଟଣାକୁ ନେଇ ବିଭିନ୍ନ ରାଜନେତା ଶୋକପ୍ରକାଶ କରିବା ସହ ତୁରନ୍ତ ଶବଗୁଡ଼ିକୁ ଭାରତ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଅପିଲ କରିଛନ୍ତି  । 
ତୀର୍ଥଯାତ୍ରାରେ ସାଉଦି ଆରବକୁ ଯାଇଥିବା ମୁସଲମାନ ଭାଇ-ଭଉଣୀଙ୍କ ଏଭଳି ହୃଦୟଥରା ମୃତ୍ୟୁ ସାରା ଭାରତୀୟଙ୍କୁ ମର୍ମାହତ କରିଛି  ।  ଶୋକସନ୍ତପ୍ତ ପରିବାରକୁ ଭାରତବାସୀ ସମବେଦନା ଜଣାଇବା ସହ ତାଙ୍କ ସହ ଛିଡ଼ା ହୋଇଛନ୍ତି  ।