କନକ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଫାଶୀଦଣ୍ଡ । ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ରାୟ ଶୁଣାଇ ଫାଶୀଦଣ୍ଡ ଶୁଣାଇଛନ୍ତି । ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ରାଜଧାନୀ ଢାକା ସମେତ ସମଗ୍ର ବାଂଲାଦେଶରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହାଇଆଲର୍ଟରେ ରହିଛି ପୂରା ଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍‌ଙ୍କ ରାୟ ପୂର୍ବରୁ ଦେଶରେ ଜାରି ହୋଇଥିଲା ହାଇଆଲର୍ଟ ।

Advertisment

ଆହୁରି ପଢ଼ନ୍ତୁ : Sheikh Hasina Verdict Today : ଶେଖ୍‌ ହସିନାଙ୍କୁ ଦିଆଯିବ କି ଦଣ୍ଡ ?

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୨୪ ମସିହା ଜୁଲାଇ ମାସରେ ସରକାରୀ ଚାକିରିରେ ଥିବା କୋଟା ବ୍ୟବସ୍ଥାର ସଂସ୍କାର ଦାବିରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ଏହି ଆନ୍ଦୋଳନ ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଥିଲା, ଯେଉଁଥିରେ ଶେଖ ହସିନାଙ୍କ ଇସ୍ତଫା ଦାବି କରାଯାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ଜାତିସଂଘର ତଦନ୍ତକାରୀଙ୍କ ଅନୁଯାୟୀ, ଏହି ହିଂସାରେ ପ୍ରାୟ ୧,୪୦୦ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ୫ ଅଗଷ୍ଟ ୨୦୨୪ ରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତ ପଳାଇଆସିଥିଲେ । ଏହାପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗଠନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ : Sheikh Hasina Verdict Today : ଶେଖ୍‌ ହସିନାଙ୍କୁ ଦିଆଯିବ କି ଦଣ୍ଡ ?

ନୂତନ ଭାବେ ଗଠିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଶେଖ ହସିନାଙ୍କ ବିରୋଧରେ ମାନବିକତା ବିରୋଧୀ ଅପରାଧର ଅନେକ ଅଭିଯୋଗ ଆଣିଥିଲା । ଏହି ଅଭିଯୋଗଗୁଡ଼ିକ ମଧ୍ୟରେ ଢାକାରେ ବିକ୍ଷୋଭକାରୀଙ୍କୁ ବ୍ୟାପକ ହତ୍ୟା ପାଇଁ ଷଡ୍‌ଯନ୍ତ୍ର, ସାଧାରଣ ନାଗରିକଙ୍କ ଉପରେ ହେଲିକପ୍ଟର ଓ ଡ୍ରୋନ ମାଧ୍ୟମରେ ଗୁଳି ଚଳାଇବା, ଛାତ୍ର କର୍ମୀ ଆବୁ ସୟିଦଙ୍କ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ଜାଳିଦେବା ଭଳି ସାଙ୍ଘାତିକ ଅଭିଯୋଗ ସାମିଲ ଥିଲା ।

ଶେଖ ହସିନା ଭାରତରେ ଥିବାରୁ ତାଙ୍କ ଅନୁପସ୍ଥିତିରେ ଏହି ମାମଲାର ବିଚାର କରାଯାଇଥିଲା । ସରକାରଙ୍କ ତରଫରୁ ଜଣେ ଓକିଲଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ନିଯୁକ୍ତ କରାଯାଇଥିଲା । କିନ୍ତୁ ହସିନାଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ନଥିଲା । ଶେଖ ହସିନାଙ୍କ ଓକିଲମାନେ ଏହି ବିଚାରକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ଏଥିରେ ଉପଯୁକ୍ତ ପ୍ରକ୍ରିୟାର ଅଭାବ ଥିବା ନେଇ ଜାତିସଂଘରେ ମଧ୍ୟ ଅପିଲ କରିଥିଲେ ।

ଆଜି ରାୟ ଆସିଲା

ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଶେଖ ହସିନାଙ୍କୁ ମାନବିକତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ କହିଥିଲେ ଯେ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣ "ବ୍ୟାପକ ଏବଂ ଯୋଜନାବଦ୍ଧ" ଥିଲା ଏବଂ ହସିନା ଉସକାଇବାମୂଳକ ଆଦେଶ ଦେଇଥିଲେ ଓ ଏହି ଅତ୍ୟାଚାରକୁ ରୋକିବାରେ ବିଫଳ ହୋଇଥିଲେ । ଏହି ଅପରାଧ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା । ତାଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ଅସାଦୁଜାମାନ ଖାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ, ଅନ୍ୟ ଜଣେ ଅଧିକାରୀ ସରକାରୀ ସାକ୍ଷୀ ପାଲଟିବାରୁ ତାଙ୍କୁ ପାଞ୍ଚ ବର୍ଷର କାରାଦଣ୍ଡ ମିଳିଥିଲା ।