Photograph: (KANAKNEWS)
କନକ ବ୍ୟୁରୋ : ବଲିଉଡର ଖତରନାକ ଭିଲେନ୍ ଭାବେ ଦେଖାଯାଉଥିବା ଅଭିନେତା ଆଶୁତୋଷ ରାଣା ଆଉ ପତ୍ନୀ ରେଣୁକା ସାହାଣୀଙ୍କୁ ନିକଟରେ ଏକ ଭିନ୍ନ ପରିବେଶରେ ଦେଖିବାକୁ ମିଳିଥିଲା । ପତ୍ନୀଙ୍କ ବେକରେ ବରଣମାଳା ଦେଇ ପୁଣି ବିବାହ କଲେ ଆଶୁତୋଷ । ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି ଏବଂ ପ୍ରଶଂସକମାନେ ବି ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକ ପଢନ୍ତୁ .... ବଡ଼ ସଡ଼କ ଦୁର୍ଘଟଣା, ଜଳିଗଲେ ୪୨ ଭାରତୀୟ
ସତ କଥା ହେଲା, ଆଶୁତୋଷ ରାଣା ନିଜର ୫୮ ତମ ଜନ୍ମିଦନ ପାଳନ କରୁଥିଲେ । ଶୁଭେଚ୍ଛା ଜଣାଇବାକୁ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ସ୍ଥାନ ଥିଲା ଏକ ଆଧ୍ୟାତ୍ମିକ ପରିବେଶ । ଯେଉଁଠି ପତ୍ନୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ପରେ ପତ୍ନୀଙ୍କ ବେକରେ ବରଣମାଳା ଦେଇ ପୁଣି ବିବାହର ସେ ପବିତ୍ର ଦିନକୁ ମନେ ପକାଇବା ସହ ୭ ଜନ୍ମର ସାଥୀ ହୋଇ ରହିବାକୁ କଥା ଦେଇଥିଲେ ।
ଆଶୁତୋଷ ଓ ରେଣୁକାଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । ୨୬ ବର୍ଷ ଆଗରୁ ଏକ ଫିଲ୍ମ ସେଟରେ ଦୁହିଁଙ୍କର ଦେଖା ହୋଇଥିଲା । ସେ ରେଣୁକାଙ୍କର ବଡ଼ ଫ୍ୟାନ ବୋଲି ଆଶୁତୋଷ କହିଥିଲେ । ଆଉ ରେଣୁକା ହସିଦେଇଥିଲେ । ସେବେଠାରୁ ୩ ମାସ ଯାଏଁ ଦୁହିଁଙ୍କର ଦେଖା ହୋଇନଥିଲା । ନିର୍ଦ୍ଦେଶକ ରବି ରାୟଙ୍କଠାରୁ ରେଣୁକାଙ୍କ ଫୋନ ନମ୍ବର ମାଗିଥିଲେ । ଆଉ ରାତି ପାଖାପାଖି ୧୦ଟାରେ ରେଣୁକାଙ୍କ ଘରକୁ ଫୋନ୍ ଲଗାଇଥିଲେ । ରାତି ୯ଟା ପରେ କାହାରି ଫୋନ୍ ରିସିଭ କରୁନଥିବା ରେଣୁକା କିନ୍ତୁ ଏ କଲକୁ ରିସିଭ କରିଥିଲେ ଆଉ ଘଣ୍ଟାଏରୁ ଅଧିକ ସମୟ ଅଶୁତେଷଙ୍କ ସହ କଥା ହୋଇଥିଲେ । ତା’ପରଦିନ ପୁଣି ବିଳମ୍ବିତ ରାତିରେ ରେଣୁକାଙ୍କ ସହ ଦୀର୍ଘ ସମୟ ଯାଏଁ ଫୋନରେ କଥା ହୋଇଥିଲେ ଆଶୁତୋଷ । ତାପରେ ଦୁହେଁ ଲଗାତାର କଥା ହେବାକୁ ଲାଗିଲେ ।
କଥା ହେଉଥିଲେ ସିନା କିନ୍ତୁ ପ୍ରେମକୁ ପ୍ରକାଶ କରିପାରୁନଥିଲେ । ଥରେ କବିତା ଲେଖି ରେଣୁକାଙ୍କୁ ପଠାଇଲେ । ଯାହାକୁ ପଢ଼ି ରେଣୁକା ତୁରନ୍ତ କହିଥିଲେ ,’ଆଇ ଲଭ୍ ୟୁ’ । ଆଶୁତୋଷଙ୍କ ଖୁସିର ଠିକଣା ନଥିଲା। ଦୁହିଁଙ୍କ ମଧ୍ୟରେ ଅନେକ ଫରକ୍ ଥିଲା । ନିଜ ନିଜର ପସନ୍ଦ ପରିବାର ସବୁକିଛି ପୁରା ଅଲଗା । ତଥାପି ଦୁହଁଙ୍କ ଭିତରେ ଭଲପାଇବା ସାକାର ରୂପ ପାଇଲା । ପରିବାର ଲୋକଙ୍କ ଅମଙ୍ଗକୁ ସହମତିରେ ବଦଳାଇବା ପରେ ୨୦୦୧ରେ ଦୁହେଁ ବିବାହ କଲେ। ରେଣୁକା ଛାଡ଼ପତ୍ର ପାଇଥିବା ଜାଣି ସୁଦ୍ଧା ତାଙ୍କୁ ହୃଦୟରୁ ଗ୍ରହଣ କରିଥିଲେ ଆଉତୋଷ। ଦୁହିଁଙ୍କ ବାହାଘରରେ ଲକ୍ଷେରୁ ଅଧିକ ଅତିଥି ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ....Bihar News: ବିହାରରେ ନୀତୀଶ ସରକାର;ଏମାନେ ହେବେ ମନ୍ତ୍ରୀ !
ଏ ଦୁହିଁଙ୍କୁ ଦୁଇ ପୁଅ ଅଛନ୍ତି ଶୌର୍ଯ୍ୟମାନ୍ ଓ ସତ୍ୟେନ୍ଦ୍ର । ଦୁହିଁଙ୍କର ଜୀବନ ଗାଡ଼ି ବହୁତ ଭଲ ଭାବେ ଆଗକୁ ଆଗକୁ ଗଡ଼ିଚାଲିଛି। ଫିଲ୍ମରେ ଭୟଙ୍କର ଚରିତ୍ରରେ ଉତ୍ତୀର୍ଣ୍ଣ ହେଉଥିବା ଆଶୁତୋଷ ବ୍ୟକ୍ତିଗତ ଜୀବନରେ ଭାର ସ୍ନେହୀ ଆଉ ଯତ୍ନବାନ୍। କବିତା ଲେଖିବା ତାଙ୍କ ଜୀବନର ବଡ଼ ସଉକ । ଏବେ ତ ଅନେକ ଭିଡ଼ିଓରେ ତାଙ୍କୁ ପୌରାଣିକ କଥା, ଶ୍ଳୋକ ଆଦି ଆବୃତ୍ତି କରୁଥିବା ଦେଖିବାକୁ ମିଳେ। ଆଶୁତୋଷଙ୍କୁ ଗୃହସ୍ଥ ସନ୍ନ୍ୟାସୀ ବୋଲି କହିଛନ୍ତି ପତ୍ନୀ ରେଣୁକା ।
Follow Us