କନକ ବ୍ୟୁରୋ: ବିହାରରେ ଏନଡିଏର ବମ୍ପର ବିଜୟ ପରେ ଏବେ ସରକାର ଗଠନ କରିବାର ପ୍ରକ୍ରିୟା ଆରମ୍ଭ ହେଇଛି । ସୂଚନା ମିଳୁଛି ଯେ, ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ଏହା ପୂର୍ବରୁ ସରକାରରେ କାହାର କେତେ ଭାଗିଦାରୀ ରହିବ, କାହାକୁ କେତେ ମନ୍ତ୍ରୀ ପଦ ମିଳିବ? ସେନେଇ ଏବେ ଚାଲିଛି ଚର୍ଚ୍ଚା ଆଲୋଚନା । ଆଉ ଏହାରି ଭିତରେ କେଉଁ କେଉଁ ନେତା ନୀତୀଶ ସରକାରରେ ମନ୍ତ୍ରୀ ହୋଇପାରନ୍ତି, ସେନେଇ ମଧ୍ୟ ଗୋଟିଏ ଚର୍ଚ୍ଚା ଜନ୍ମ ନେଇଛି ।

Advertisment

ସୂଚନା ମୁତାବକ ବିଜେପି କୋଟାରୁ ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା, ନୀତୀନ ନବୀନ, ମଙ୍ଗଳ ପାଣ୍ଡେଙ୍କ ଭଳି ନେତାଙ୍କୁ ମନ୍ତ୍ରୀ ପଦ ମିଳିପାରେ । ଏମିତି କି ବିଜୟ ସିହ୍ନାଙ୍କୁ ଏଥର ମନ୍ତ୍ରୀ ନ କରାଯାଇ ବାଚସ୍ପତି ଚୟନ କରାଯାଇପାରେ ବୋଲି ମଧ୍ୟ କୁହାଯାଉଛି । ତା ସହିତ ରାମ କୃପାଳ ଯାଦବଙ୍କ ନାଁ ମଧ୍ୟ ବାଚସ୍ପତି ରେସରେ ରହିଛି । ଅନ୍ୟପଟେ ଯେହେତୁ ବିଜେପିର ୧୫ରୁ ୧୬ ନେତା ମନ୍ତ୍ରୀ ହୋଇପାରନ୍ତି, ସେଥିପାଇଁ ଆଉ କିଛି ନେତାଙ୍କ ନାଁ ମଧ୍ୟ ମନ୍ତ୍ରୀ ହେବା ରେସରେ ଅଛନ୍ତି ।

ଆହୁରି ପଢ଼ନ୍ତୁ : ଆଜି ଶ୍ରୀଜୀଉଙ୍କ ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ସେହିପରି ଜେଡିୟୁ କୋଟାରୁ ବିଜୟ ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ଶ୍ରବଣ କୁମାର, ଅଶୋକ ଚୌଧୁରୀ, ଲେଶୀ ସିଂହ, ମଦନ ସହନୀ, ଜୟନ୍ତ ରାଜଙ୍କ ଭଳି ନେତା ପୁଣିଥରେ ନୀତୀଶ ସରକାରରେ ମନ୍ତ୍ରୀ ହୋଇପାରନ୍ତି । ତା ସହିତ ମଞ୍ଜିତ ସିଂହ ଏବଂ ରାମସେବକ ସିଂହଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ । ଖାଲି ସେତିକି ନୁହେଁ, ଚର୍ଚ୍ଚା ଅନୁସାରେ ଏଲଜେପି କୋଟାରୁ ରାଜୁ ତିଓ୍ୱାରୀ ଆଉ ସଞ୍ଜୟ ପାସଓ୍ୱାନ୍ ମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।

୬ ବିଧାୟକରେ ଜଣେ ମନ୍ତ୍ରୀ!

ଚର୍ଚ୍ଚା ହେଉଛି ବିହାରରେ ଏଥର ୬ ବିଧାୟକରେ ଗୋଟିଏ ମନ୍ତ୍ରୀପଦ ମିଳିବାର ଫର୍ମୁଲା ବାହାର କରାଯାଇଛି । ଅର୍ଥାତ ଏହି ଢାଞ୍ଚାରେ ହିଁ ଗଢ଼ାଯିବ ବିହାରର ନୂଆ ସରକାର । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ପରେ, ବିହାରର ପୁରୁଣା ସରକାର ଭାଙ୍ଗିବ । ଆଉ ଏହାପରେ ଏନଡିଏ ବିଧାୟକମାନଙ୍କର ବୈଠକ ବସି, ଏଥିରେ ଏନଡିଏର ନେତା ବଛାଯିବ । ନୂଆ ନେତା ବଛାଯିବା ପରେ, ରାଜ୍ୟପାଳଙ୍କୁ ଭେଟି ଏନଡିଏର ନେତା ସରକାର ଗଠନ କରିବା ନେଇ ଦାବି ଜଣାଇବେ । ଆଉ ତା ସହ ନଭେମ୍ବର ୧୯ କିମ୍ବା ୨୦ରେ ବିହାରର ଗାନ୍ଧୀ ମୈଦାନରେ ନୂଆ ସରକାର ଶପଥ ଗ୍ରହଣ କରିବ ।

ବିଜେପିର ୧୫ରୁ ୧୬ ନେତା ମନ୍ତ୍ରୀ!

ଖାସ୍ ସୂତ୍ରରୁ ଯେଉଁ ତଥ୍ୟ ଏବେ ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ୁଛି, ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରହିଲେ ବି, ମନ୍ତ୍ରୀମଣ୍ଡଳର ପ୍ରମୁଖ ବିଭାଗ କିନ୍ତୁ ବିଜେପି ହାତରେ ରହିବ । ୧୫ରୁ ୧୬ ଜଣ ବିଜେପିର ନେତା ମନ୍ତ୍ରୀ ଭାବେ ନୂଆ ସରକାରରେ ଶପଥ ନେଇପାରନ୍ତି । ସେହିପରି ଜେଡିୟୁର ୧୪ ଜଣ ନେତା ନୀତିଶଙ୍କ ନୂଆ ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ଆଉ ସେହି ଗଣିତ ଅନୁପାତରେ ଚିରାଗ ପାସଓ୍ୱାନଙ୍କ ଦଳକୁ ୩ଟି ମନ୍ତ୍ରୀପଦ ଆଉ ଜୀତନ ରାମ ମାଞ୍ଝୀ ଆଉ ଉପେନ୍ଦ୍ର କୁଶବାହାଙ୍କ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରିପଦ ମିଳିପାରେ ।

ଆହୁରି ପଢ଼ନ୍ତୁ : ଜାଡ଼ରେ ଥରୁଛି ସାରା ଓଡ଼ିଶା : ୬ଡିଗ୍ରୀ ତଳକୁ ଖସିଲା ଜି.ଉଦୟଗିରିରେ ତାପମାତ୍ରା

ବିଜେପିର ରହିବେ ଦୁଇ ଉପ-ମୁଖ୍ୟମନ୍ତ୍ରୀ!

ବିହାରର ପୂର୍ବ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିଥିଲେ, ଆଉ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ ବିଜେପିର ଦୁଇ ନେତା । ଆଉ ସେହି ଗଣିତରେ ଏବେ ବି ନୂଆ ସରକାରରେ ବିଜେପିର ଦୁଇ ନେତା ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଖାସ୍ କରି ସମ୍ରାଟ ଚୌଧୁରୀ ବିଜେପିର ଉପ-ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ପକ୍କା ବୋଲି ଜଣାପଡୁଛି । ଏହାସହ ଚିରାଗ ପାସଓ୍ୱାନଙ୍କ ଦଳକୁ ମଧ୍ୟ ଏଥରର ମନ୍ତ୍ରିମଣ୍ଡଳରେ ଭଲ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।