କନକ ବ୍ୟୁରୋ: ସକାଳୁ ସକାଳୁ ସାମ୍ନାକୁ ଆସିଲା ଅତି ଦୁଃଖଦ ଘଟଣା । ସାଉଦି ଆରବରେ ବସ୍‌ ଜଳିଯିବାରୁ ୪୨ଜଣ ଭାରତୀୟ ଜିବନ୍ତ ଦଗ୍ଧ ହୋଇଯାଇଛନ୍ତି । ମିଳିଥିବା ସୂଚନା ଆଧାରରେ, ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । 

Advertisment

Bihar News: ବିହାରରେ ନୀତୀଶ ସରକାର;ଏମାନେ ହେବେ ମନ୍ତ୍ରୀ !

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଘଟଣାଟି ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍‌ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି, ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ ଅଛନ୍ତି । ଅନେକ ଯାତ୍ରୀ ଶୋଇଥିଲେ ଏବଂ ଦୁର୍ଘଟଣା ବିଷୟରେ ଅଜ୍ଞ ଥିଲେ। ଉମରାହ ସମାପ୍ତ କରିବା ପରେ, ସେମାନେ ମଦିନା ଅଭିମୁଖେ ଯାଉଥିଲେ, ସମସ୍ତ ଯାତ୍ରୀ ତୀର୍ଥ କରିବାକୁ ଯାଉଥିଲେ । ତେବେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ମୃତାହତ ଏବଂ ବଞ୍ଚିଥିବା ଲୋକଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ତଥାପି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ଶୋକ ପ୍ରକାଶ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଏବଂ ସାଉଦି ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ, ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା କରିବା ପାଇଁ ରାଜ୍ୟ ସରକାର ସଚିବାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରିଛନ୍ତି, ଯେଉଁଠାରେ ସେମାନେ ସେମାନଙ୍କ ପ୍ରିୟଜନଙ୍କ ବିଷୟରେ ସୂଚନା ପାଇପାରିବେ ଏବଂ ସହାୟତା ପାଇପାରିବେ । ପରିବାରକୁ ତୁରନ୍ତ ସହାୟତା ସୁନିଶ୍ଚିତ କରିବା ପାଇଁ ସରକାର ଦୁଇଟି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି ।

ସାହାଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା

ମୁଖ୍ୟମନ୍ତ୍ରୀ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଏବଂ ସାଉଦି ଦୂତାବାସର ଅଧିକାରୀମାନଙ୍କୁ ପରିସ୍ଥିତିର ସମାଧାନ କରିବା ଏବଂ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ଆଲୋଚନା କରିଛନ୍ତି ।