ବଞ୍ଚି ଥାଉଥାଉ ମାରିଦେଲେ ; ସରକାରୀ ଖାତାରେ ମୃତ ଦର୍ଶାଇ କାଟିଦେଲେ ଭତ୍ତା!

Advertisment

ଖଲ୍ଲିକୋଟ୍ ବ୍ଲକ ବଧିନୁଆପଲ୍ଲୀ ପଞ୍ଚାୟତ କେନ୍ଦୁବାଡ଼ି ଗାଁର ବଂଶୀଧର ନାହାକ । ବୟସ ୮୦, ପରିବାର କହିଲେ ବଂଶୀଧର ଓ ତାଙ୍କ ଧର୍ମପତ୍ନୀ କୁନ୍ତଳା । ଦୁଇ ବଖରା ଘରେ ୨ ହଜାର ଟଙ୍କା ଭତ୍ତାରେ ଚାଲୁଥିଲା ତେଲ ଲୁଣର ସଂସାର ।

ଖଲ୍ଲିକୋଟ୍ ବ୍ଲକ ବଧିନୁଆପଲ୍ଲୀ ପଞ୍ଚାୟତ କେନ୍ଦୁବାଡ଼ି ଗାଁର ବଂଶୀଧର ନାହାକ । ବୟସ ୮୦, ପରିବାର କହିଲେ ବଂଶୀଧର ଓ ତାଙ୍କ ଧର୍ମପତ୍ନୀ କୁନ୍ତଳା । ଦୁଇ ବଖରା ଘରେ ୨ ହଜାର ଟଙ୍କା ଭତ୍ତାରେ ଚାଲୁଥିଲା ତେଲ ଲୁଣର ସଂସାର ।

Bhatta

Bhatta Photograph: (kanak news)

କନକ ବ୍ୟୁରୋ : ସମାଜରେ ସାଧରଣ ଲୋକଟିଏ ସ୍ୱାଭିମାନ ସହ ବଞ୍ଚିବା ପାଇଁ  ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେଥିମଧ୍ୟରୁ ବରିଷ୍ଠ ନାଗରିକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଏକ ସମ୍ମାନସ୍ପଦ ଯୋଜନା । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଅନେକ ବୃଦ୍ଧ ଓ ବୃଦ୍ଧା ଉପକୃତ ହୋଇ ଆସୁଛନ୍ତି । ହେଲେ ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଜୀବିତ ଥିବା ସତ୍ତ୍ବେ ସରକାରୀ ଖାତାରେ ତାକୁ ମୃତ  ଘୋଷିତ କରି ପେନ୍‌ସନ୍‌ ବନ୍ଦ କରି ଦିଆଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । 

ଖଲ୍ଲିକୋଟ୍ ବ୍ଲକ ବଧିନୁଆପଲ୍ଲୀ ପଞ୍ଚାୟତ କେନ୍ଦୁବାଡ଼ି ଗାଁର ବଂଶୀଧର ନାହାକ । ବୟସ ୮୦, ପରିବାର କହିଲେ ବଂଶୀଧର ଓ ତାଙ୍କ ଧର୍ମପତ୍ନୀ କୁନ୍ତଳା । ଦୁଇ ବଖରା ଘରେ ୨ ହଜାର ଟଙ୍କା ଭତ୍ତାରେ ଚାଲୁଥିଲା ତେଲ ଲୁଣର ସଂସାର । ହେଲେ ହଠାତ୍ ଗତ ଜୁଲାଇ ମାସରୁ ବଂଶୀଧରଙ୍କ ଭତ୍ତା ବନ୍ଦ ହୋଇଗଲା । ବ୍ୟାଙ୍କକୁ ଯିବାରୁ ଜାଣିବାକୁ ପାଇଥିଲେ ଜୁଲାଇରୁ ତାଙ୍କ ଖାତାକୁ ଭତ୍ତା ଟଙ୍କା ଆସିନାହିଁ । ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ଜାଣିଲେ ତାଙ୍କୁ ମୃତ ଘୋଷଣା କରି ଭତ୍ତାରୁ ବାଦ୍‌ ଦିଆଯାଇଛି ।

ଅଧିକ ପଢ଼ନ୍ତୁ---ଲୋକଙ୍କୁ ଭରସା ବାଉଁଶ ପୋଲ ; ବିପଜ୍ଜନକ ଭାବେ ଚାଲିଛି ଯାତାୟାତ

୬ ମାସ ହେଲାଣି ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି । ୮୦ ବର୍ଷ ବୟସରେ ବଂଶୀଧର ଘର ଚଳାଇବା ପାଇଁ ଗାଁରେ ଥିବା ଏକ ଘରୋଇ ପ୍ରତିଷ୍ଠାନରେ ରୋଷେଇ କରୁଛନ୍ତି । ସେପଟେ ବିଡିଓ କହୁଛନ୍ତି, ଭୁଲବସତ ଯଦି ନାଁ କଟି ଯାଇଥିବ ତାହା ହେଲେ ଆମେ ତଦନ୍ତ କରି ପୁଣି ଭତ୍ତା ପ୍ରଦାନ କରିବୁ । କାହା ଭୁଲ୍‌, ଭୋଗୁଛି କିଏ ? ଭତ୍ତା କାଟିବା ପୂର୍ବରୁ ତଦନ୍ତ କରିଥିଲେ ନା ମନଇଚ୍ଛା କାଟିଦେଲେ ନାଁ ? ନା ବଂଶୀଧରଙ୍କୁ ମୃତ ଦର୍ଶାଇ ଆଉ କାହାକୁ ସୁବିଧା ଦେଉଛନ୍ତି ସରକାରୀ ବାବୁ ? ଏ ସବୁ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe