ଅଙ୍ଗନବାଡ଼ି ପୋଷାକ ବଣ୍ଟନରେ ଦୁର୍ନୀତିର ଗନ୍ଧ ! ପିଲାଙ୍କୁ ଦିଆଯାଉଛି ନିମ୍ନମାନର ପୋଷାକ !

Advertisment

ପିନ୍ଧିବାର ଅଳ୍ପ ଦିନରେ ଡ୍ରେସ୍‌ ନଷ୍ଟ ହୋଇଯାଉଥିବା ଅଭିଯୋଗ । ଭଞ୍ଜନଗର ଉପଜିଲ୍ଲାପାଳ କହିଲେ, ଆଲୋଚନା କରି ଘଟଣାର କରାଯିବ ତଦନ୍ତ

ପିନ୍ଧିବାର ଅଳ୍ପ ଦିନରେ ଡ୍ରେସ୍‌ ନଷ୍ଟ ହୋଇଯାଉଥିବା ଅଭିଯୋଗ । ଭଞ୍ଜନଗର ଉପଜିଲ୍ଲାପାଳ କହିଲେ, ଆଲୋଚନା କରି ଘଟଣାର କରାଯିବ ତଦନ୍ତ

Anganwadi

Anganwadi Photograph: (KanaKnews)

କନକ ବ୍ୟୁରୋ:  ଗଞ୍ଜାମରୁ ଆସିଛି ଅଙ୍ଗନବାଡ଼ି ପୋଷାକ କେଳେଙ୍କାରୀର ଅଭିଯୋଗ । ଜିଲ୍ଲାର ପ୍ରତ୍ୟେକଟି ବ୍ଲକରେ ଥିବା ଅଙ୍ଗନବାଡ଼ିରେ ପିଲାଙ୍କୁ ନିକୃଷ୍ଟ ମାନର ପୋଷାକ ବଣ୍ଟନ କରାଯାଉଛି। ଯାହା ପିନ୍ଧିବା ଯୋଗ୍ୟ ନୁହେଁ। ବ୍ୟବହାରର ମାସେ କି ଦୁଇ ମାସରେ ଡ୍ରେସ୍ ନଷ୍ଟ ହୋଇଯାଉଥିବା ଅଭିଯୋଗ ଆସିଛି । ଚଳିତ ବର୍ଷ ଆସିକା ବ୍ଲକର ୨୫୧ ଅଙ୍ଗନବାଡ଼ି କେନ୍ଦ୍ରରେ ୫ ହଜାର ୫୧୫ ଜଣ ଓ ଧରାକୋଟର ୧୯୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୪ ହଜାର ୩୨୭ ପିଲାଙ୍କୁ ପୋଷାକ ଦିଆଯାଇଛି । ହେଲେ ପ୍ରତିଟି କେନ୍ଦ୍ରରେ ଦିଆଯାଇଥିବା ପୋଷାକ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଅଧିକ ପଢନ୍ତୁ ;  ଷାଣ୍ମାସିକ ପରୀକ୍ଷା ସରିଲା,ପୋଷାକ ମିଳିଲାନି : ଛାତ୍ରଛାତ୍ରୀ ପିନ୍ଧୁଛନ୍ତି ଚିରାଫଟା ୟୁନିଫର୍ମ

ପ୍ରତିବର୍ଷ ସରକାରଙ୍କ ତରଫରୁ ଅଙ୍ଗନବାଡ଼ିରେ ପଢ଼ୁଥିବା ପ୍ରତି ପିଲାଙ୍କ ପାଇଁ ୟୁନିଫର୍ମ, ଶୀତ ପୋଷାକ ଓ ଜୋତା ବାବଦକୁ ଟଙ୍କା ଆସୁଛି । ପୁଅଙ୍କ ପାଇଁ ୪୫୦ ଓ ଝିଅଙ୍କ ପାଇଁ ୫୫୦ ଟଙ୍କା ପ୍ରଦାନ କରାଯାଉଛି । ୟୁନିଫର୍ମ ଯୋଗାଇବା ଦାୟିତ୍ବ ରହୁଛି ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ । ହେଲେ ନିମ୍ନମାନର ପୋଷାକ ପିଲାଙ୍କୁ ଦିଆଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଳକ ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ କଥା ହୋଇ ଘଟଣାର ତଦନ୍ତ କରାଯିବା ନେଇ କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ । ତୁରନ୍ତ ଅଭିଯୋଗର ତଦନ୍ତ କରି ଏଥିରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe