କନକ ବ୍ୟୁରୋ: ଡମ୍ପିଂୟାର୍ଡରେ ପଡ଼ିଛି ଲକ୍ଷାଧିକ ଟଙ୍କାର ସ୍କୁଲ ପୋଷାକ ଓ ଯୋତା । କିଏ ଓ କାହିଁକି ଏଭଳି ଭାବେ ଫୋପାଡି ଦେଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୈପାରିଗୁଡା ଠାରୁ ଏକ କିଲୋମିଟର ଦୂରରେ ରହିଥିବା ଡମ୍ଫିୟାର୍ଡରେ ସ୍କୁଲ ଏବଂ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ସହ ଯୋତା ପଡ଼ିଥିବା ଦେଖିବାକୁ ମିଳିଛି ।
ତେବେ ଏଭଳି ଭାବେ ଫୋପାଡ଼ି ଦିଆଯାଇଥିବାର ରହସ୍ୟ ପଛରେ କାହାର ହାତ ରହିଛି ? ସ୍କୁଲ ତଥା ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବା ବଦଳରେ ଏଭଳି ଫୋପାଡ଼ି ଦେବା ପଛରେ କାରଣ କ'ଣ ଥାଇପାରେ ? ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପୋଷାକ ଏବଂ ଯୋତା ବଣ୍ଟନ କରିବା ପରିବର୍ତ୍ତେ ଫୋପାଡ଼ି ଦେବାକୁ ନେଇ ବହୁ ପ୍ରଶ୍ନ ସୃଷ୍ଟି କରୁଛି। ଏସମ୍ପର୍କରେ ସଂପୃକ୍ତ ବିଭାଗ ନିକଟରେ ଖବର ରହିଛି କି ନାହିଁ ତଥା ଏଥିପାଇଁ ଉତ୍ତରଦାୟୀ କିଏ ବୋଲି ପ୍ରଶ୍ନ ଉଠୁଛି। ଏହି ଘଟଣା ନିଜ ଦାୟିତ୍ୱର ଚରମ ଅବହେଳା ବୋଲି ପ୍ରମାଣିତ କରୁଛି। ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବଣ୍ଟନ କରାନଯାଇ ନିଜ କର୍ତ୍ତବ୍ୟହୀନତାକୁ ଲୁଚାଇବା ପାଇଁ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଏ। ବିଧିବଦ୍ଧ ଭାବେ ତଦନ୍ତ କରାଗଲେ ରହସ୍ୟ ସାମ୍ନାକୁ ଆସିପାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/17/TghdbMsT6WxYAQBVmScK.jpg)