କନକ ବ୍ୟରୋ: ଶେଷ ପର୍ଯ୍ୟାୟରେ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ନବମ ଦିବସରେ ମହାରାଜ କଂସଙ୍କ ଆୟୋଜିତ ଛଳନାର ଯାତ୍ରା ଧନୁଯାତ୍ରା ଦେଖିବା ପାଇଁ ପୁରାତନ ମନ୍ତ୍ରୀ ଅକ୍ରୁରଙ୍କ ସହିତ ବାହାରି ପଡିଛନ୍ତି କୃଷ୍ଣ ବଳରାମ। ଭଗବାନ ଶ୍ରୀକୃଷ୍ଣ ବଳରାମ ମାତା ଯଶୋଦାଙ୍କୁ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି । ଯିବା ବାଟରେ ରାଧାଙ୍କ ସମେତ ଗୋପୀ ଓ ଗୋପାଳ ବାଳକ ମାନେ କୃଷ୍ଣଙ୍କ ବାଟ ଅଟକାଉଛନ୍ତି। କୃଷ୍ଣଙ୍କୁ ମଥୁରାକୁ ଯିବାକୁ ଦେବେ ନାହିଁ ବୋଲି ବାରଣ କରୁଛନ୍ତି । ଏହି ଭାବନାରେ କ୍ଷଣ କ୍ଷଣକେ ରାଧା ମୁର୍ଚ୍ଚିତ ହୋଇ ପଡୁଥିବା ବେଳେ ଗୋପାଙ୍ଗନାଙ୍କ କ୍ରନ୍ଦରେ ଗୋପଦାଣ୍ଡ ଫାଟିଉଠୁଛି ।
ଅଧିକ ପଢନ୍ତୁ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ; ବରଗଡ଼ ଧନୁଯାତ୍ରାକୁ କୋଟିଏରୁ ଅଧିକ ମିଳିବ ଅନୁଦାନ
ମଥୁରାରେ କଂସ ମହାରାଜ ନଗର ପରିକ୍ରମା କରିବା ସହ ଆମ୍ବ୍ର ବନ ରେ କୃଷ୍ନ ଭକ୍ତିରେ ଲୀନ ଥିବା ମହର୍ଷି ମାନଙ୍କୁ ପ୍ରତାଡିତ ଓ ଅତ୍ୟାଚାର କରିବା ସହ ବନ୍ଦୀ କରି ରଖି ନିର୍ଯ୍ୟତନା ର ଆଦେଶ ଦେଇଛନ୍ତି l ଅନ୍ଯପଟେ ଛଳନାର ଯାତ୍ରା ଧନୁଯାତ୍ରା ଆୟୋଜନ କରି କୃଷ୍ନ ବଲରାମ ଙ୍କୁ ପରାସ୍ତ କରିବା ପାଇଁ ଘୋର ତପୋବଳ ମାଧ୍ୟମ ରେ ରୁଦ୍ର ତ୍ରିଶୁଳ ପ୍ରାପ୍ତ କରିଛନ୍ତି ମହାରାଜ କଂସାସୁର। ଏପଟେ ଦରବାରରେ ପହଂଚି କୃଷ୍ନ ବଲରାମ ଙ୍କୁ ନିଜ ସହ ମଥୁରା ନେଇ ଆସିଥିବା ଖବର ଦେଇଛନ୍ତି ମନ୍ତ୍ରୀ ଅକୃର l ଏହି ଖବର ପାଇ ଖୁସି ରେ କଂସ ନାଚଗୀତ ରେ ମସଗୁଲ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/03/dhanu-yatra-2026-01-03-08-03-55.jpg)