କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଛି କଳାକାରଙ୍କ ଫର୍ମ ଆବେଦନ । ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବା ପରେ ଅକ୍ଟୋବର ୧୮ରୁ କଳାକାରଙ୍କ ଆବେଦନ ପତ୍ର ଗ୍ରହଣ କରାଯାଉଛି । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ସହ କଳାକାର ଇ-ମେଲରେ ମଧ୍ୟ ଆବେଦନ କରିପାରୁଛନ୍ତି । ନଭେମ୍ବର ୩ ଆବେଦନର ଶେଷ ତାରିଖ ଥିବା ବେଳେ ନଭେମ୍ବର ୧୫ ତାରିଖ ମଧ୍ୟରେ କଳାକାର ଚୟନ ଫଳାଫଳ ଘୋଷିତ ହେବା ନେଇ ଜଣାପଡ଼ିଛି ।
ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଡ଼ିସେମ୍ବର ୨୪ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା । ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ଵର ସର୍ବ ବୃହତ୍ ଖୋଲା ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳିତ ବର୍ଷ କଂସ ସମେତ ପାତ୍ର, ମନ୍ତ୍ରୀ ପ୍ରମୁଖ କଳାକାରଙ୍କ ଚୟନ ହେବ । ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ପରେ ଧନୁଯାତ୍ରାର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ମଧ୍ୟ କଂସ ଚୟନରେ ବିବାଦ ଘେରରେ ଥିବା ହୃଷୀକେଶ ସାମିଲ ହୋଇପାରିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/31/bargarh-dhanu-yatra-2025-10-31-19-16-37.jpg)