Israel Iran WAR Photograph: (KanakNews)
କନକ ବ୍ୟୁରୋ: ଶେଷରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଇସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ତେହେରାନର ବିଭିନ୍ନ ଅଞ୍ଚଳରୁ କଳା ଧୂଆଁ ଉଠୁଥିବାର ଦେଖବାକୁ ମିଳୁଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ସାରା ଦେଶରେ ତୁରନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଇସ୍ରାଏଲ ଇରାନ ବିରୋଧରେ ଏକ ଆଗୁଆ ଆକ୍ରମଣ ଆରମ୍ଭ କରିବା ନିଶ୍ଚିତ କରିବା ପରେ ଏହି ଘୋଷଣା କରାଯାଇଛି ।
ଅଧିକ ପଢନ୍ତୁ: ପାକିସ୍ତାନର ‘ଅପରେସନ୍ ଗଜବ ଲିଲ୍-ହକ୍’ ଆରମ୍ଭ , ଆଫଗାନିସ୍ତାନରେ ଭୟଙ୍କର ଏୟାରଷ୍ଟ୍ରାଇକ୍
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ରାଜଧାନୀ ତେହେରାନରେ ଏକାଧିକ ବିସ୍ଫୋରଣ ଶୁଣାଯାଇଥିଲା, ଯାହାକୁ ଇରାନୀ ଟିଭି ଚ୍ୟାନେଲ ସହିତ ଜଡିତ ସୂତ୍ର ମଧ୍ୟ ନିଶ୍ଚିତ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ଡଜନ ଡଜନ ସାମରିକ ପ୍ରତିଷ୍ଠାନ ଏବଂ କିଛି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିଛି ।
Follow Us