କନକ ବ୍ୟୁରୋ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦରୁ ଆରମ୍ଭ ହୋଇଥିବା ସଂଘର୍ଷ ତୀବ୍ର ହୋଇ ଯୁଦ୍ଧ ରୂପ ନେଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନ ସହିତ ଯୁଦ୍ଧ ଘୋଷଣା କରିଛନ୍ତି । ଆଫଗାନିସ୍ତାନ ପାକିସ୍ତାନର ଆକ୍ରମଣର ଜବାବରେ ଗୁରୁବାର ବିଳମ୍ବିତ ରାତିରେ ଡୁରାଣ୍ଡ ଲାଇନରେ ପାକିସ୍ତାନର ୫୫ ସୈନିକଙ୍କୁ ମାରିବା ସହିତ ପାକିସ୍ତାନର ୧୫ ଅଧିକ ସେନା ଶିବିରକୁ ନିଜ ଅଧୀନକୁ ନେଇଥିଲା ।

Advertisment

ଅଧିକ ପଢନ୍ତୁ : ପାକିସ୍ତାନ–ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି, ବିମାନ ଆକ୍ରମଣରେ ତୀବ୍ର ଉତ୍ତେଜନା

 ଏହାର ଜବାବରେ ପାକିସ୍ତାନ ‘ଅପରେସନ ଗଜବ-ଲିଲ-ହକ୍‌’ ଆରମ୍ଭ କରି ଆଫଗାନିସ୍ତାନ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା । ଯେଉଁଥିରେ ୧୩୦ରୁ ଅଧିକ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ପାକିସ୍ତାନ ଶୁକ୍ରବାର ପ୍ରତ୍ୟୁଷରେ କାବୁୂଲ, କନ୍ଧାହାର ଓ ପକ୍ତିୟାରେ ବୋମାବର୍ଷଣ କରିଛି ।