କନକ ବ୍ୟୁରୋ : ପଡ଼ୋଶୀ ଦେଶ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ତିକ୍ତତା ଏବେ ଭୟଙ୍କର ସଂଘର୍ଷର ରୂପ ନେଇଛି । ତାଲିବାନ ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଜୋର୍ଦାର ଆକ୍ରମଣ କରି ପ୍ରାୟ ୧୫ଟି ପୋଷ୍ଟ ନିଜ ଅକ୍ତିଆରକୁ ନେବା ପରେ ପାକିସ୍ତାନୀ ବାୟୁସେନା ‘ଅପରେସନ୍ ଗଜବ ଲିଲ୍-ହକ୍’ ଆରମ୍ଭ କରି ଆଫଗାନିସ୍ତାନର ପ୍ରମୁଖ ସହର କାବୁଲ, କାନ୍ଦାହାର ଓ ପାକ୍ତିଆ ଉପରେ ଭୀଷଣ ଏୟାରଷ୍ଟ୍ରାଇକ୍ କରିଛି । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଯୁଦ୍ଧ ବିମାନର ଗର୍ଜନ ସହ ଭୀଷଣ ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଛି ।
ଏହି ଆକ୍ରମଣ ସହ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଆଫଗାନିସ୍ତାନ ବିରୋଧରେ ‘ଖୋଲା ଯୁଦ୍ଧ’ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଚେତାବନୀ ଦେଇ ସେ କହିଛନ୍ତି ଯେ ପାକିସ୍ତାନର ଧର୍ଯ୍ୟ ସୀମା ଶେଷ ହୋଇଛି ଏବଂ ଏବେ ସିଧାସଳଖ ମୁହାଁମୁହିଁ ସଂଘର୍ଷକୁ ଆମେ ଓହ୍ଲାଇଛୁ । ପାକ୍ ସେନା ଦାବି କରିଛି ଯେ ଆଫ୍ଗାନିସ୍ତାନରେ ଆଜି ପାକ୍ ବାୟୁସେନା ୨୨ଟି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିଛି ଏବଂ ଏଥିରେ ୨୪୭ ତାଲିବାନ ଯୋଦ୍ଧା ନିହତ ହୋଇଛନ୍ତି ।
ଅଧିକ ପଢନ୍ତୁ : ମୁଁ ହସ୍ତକ୍ଷେପ କରିନଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମରି ଯାଇଥାନ୍ତେ: ଟ୍ରମ୍ପ
ଅନ୍ୟପକ୍ଷରେ ତାଲିବାନର ଦାବି ଅନୁଯାୟୀ ସେମାନେ ୧୯ଟି ପାକିସ୍ତାନୀ ଚେକ୍ପୋଷ୍ଟ ଦଖଲ କରିଛନ୍ତି ଏବଂ ୫୫ ଜଣ ପାକିସ୍ତାନୀ ସୈନିକ ଏହି ଆକ୍ରମଣ ଆକ୍ରମଣରେ ନିହତ ହୋଇଛନ୍ତି । ତେବେ ପାକିସ୍ତାନ ଏହାକୁ ଖଣ୍ଡନ କରି କହିଛି ଯେ କେବଳ ୧୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ବାୟୁସେନାର ଏଫ୍ ୧୬ ବିମାନ କନ୍ଦହାରରେ ବିଭିନ୍ନ ଠିକଣାକୁ ଟାର୍ଗେଟ୍ କରିବା ପରେ ତାଲିବାନ ବାହିନୀ ମଧ୍ୟ ଏହାର ଜବାବରେ ଭୀଷଣ ଗୁଳିଗୋଳା ବର୍ଷା କରୁଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି, ତାଲିବାନ ସରକାର ସହ କୌଣସି ବୁଝାମଣା ହେବ ନାହିଁ । ପ୍ରତ୍ୟେକ ଆକ୍ରମଣର ଯଥୋଚିତ ଜବାବ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/28/war-update-2026-02-28-08-08-13.jpeg)