ଏକବିଂଶ ଶତାଦ୍ଦୀରେ ବି ବିଦ୍ୟୁତ୍‌ ସେବାରୁ ବଞ୍ଚିତ ରହିଛି ଗାଁ, ଘନ ଅନ୍ଧାରରେ ବିତୁଛି ଜୀବନ

Advertisment

ବିଜୁଳି ଯୋଗାଇବା ପାଇଁ ବିଭାଗୀୟ ବାବୁ ଟଙ୍କା ମାଗୁଥିବା ଅଭିଯୋଗ

ବିଜୁଳି ଯୋଗାଇବା ପାଇଁ ବିଭାଗୀୟ ବାବୁ ଟଙ୍କା ମାଗୁଥିବା ଅଭିଯୋଗ

Electricity

Electricity Photograph: (KanakNews)

କନକ ବ୍ୟୁରୋ: ବିଂଶ ଶତାଦ୍ଦୀରେ ବିଦ୍ୟୁତ ସେବାରୁ ବଞ୍ଚିତ ଗାଁ । ଅନ୍ଧାରରେ ଜୀବନ କାଟୁଛନ୍ତି ଶହେରୁ ଅଧିକ ପରିବାର । ଏନେଇ ଅଭିଯୋଗ ହୋଇଛି । ହେଲେ ବିଦ୍ୟୁତ ବିଭାଗ ବାବୁ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଲକ୍ଷେ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି। ଅର୍ଥ ଯୋଗାଡ଼ କରିବା ସମ୍ଭବପର ହୋଇ ପାରୁନଥିବାରୁ ଏଯାଏଁ ଗାଁକୁ ବିଜୁଳି ଯାଇନି ।  

ଆଜି ବି ଅନ୍ଧାରରେ ଜୀବନ, ବିଜୁଳି ଆଲୁଅ ସାତ ସପନ


ଏମିତି କିଛି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଗଜପତି ଜିଲ୍ଲା ସଦର ମହକୁମା ଠାରୁ ୧୧୦ କିମି ଗଲେ ପଡ଼ିବ ପାହାଡ଼ ଜଙ୍ଗଲ ଘେରା ଗାଁ ତରଭଙ୍ଗ । ଆଜି ବି ଘନ ଅନ୍ଧାରରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଶହେରୁ ଅଧିକ ପରିବାର । ଗାଁରେ ଟ୍ରାନ୍ସଫର୍ମର ଅଛି, ୧୧ କେଭି ବି ଯାଇଛି । କିନ୍ତୁ ବିଜୁଳି ଆସିପାରୁନି । ବିଦ୍ୟୁତ ସଂଯୋଗ ପାଇଁ ବିଭାଗୀୟ ବାବୁଙ୍କୁ ଜଣାଇବାରୁ ବାବୁ ଲକ୍ଷେ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଗାଁ ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । 

ଚାଲିଗଲା ଫୋନି, ଛାଡ଼ିଦେଇଗଲା ଘନ ଅନ୍ଧକାର ! ଅସ୍ତରଙ୍ଗ ବ୍ଲକରେ ଅନ୍ଧାରରେ ଜୀବନ ବ୍ୟତୀତ କରୁଛନ୍ତି ଅଂଚଳବାସୀ

କିଛି ବର୍ଷ ପୂର୍ବେ ସରକାର ଗାଁରେ ସୋଲାର ପ୍ୟାନେଲ ମାଧ୍ୟମରେ ଗାଁର ସମସ୍ତ ଘରକୁ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରିଥିଲେ । ହେଲେ ରକ୍ଷଣାବେକ୍ଷଣା ଅଭାବରୁ ଏହା ଖରାପ ହୋଇପଡ଼ିଛି। ‎ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଗାଁରେ ପାଣି ଟଙ୍କା ବିସିଥିଲେ ମଧ୍ୟ ମୋଟରରେ ପାଣି ଉଠାଇ ହେଉନି । ସ୍ମାର୍ଟ ସ୍କୁଲ୍‌ରେ ସ୍ମାର୍ଟ ଶିକ୍ଷାଦାନ ହୋଇପାରୁନି । ଏନେଇ ଜଣାଇବା ପରେ ତୁରନ୍ତ ଗାଁକୁ ଖୁବଶୀଘ୍ର ବିଦ୍ୟୁତ୍ ଯୋଗାଇବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।  ତେବେ ବିଭାଗୀୟ ବାବୁଙ୍କ ବିଜୁଳି ଟଙ୍କା ମାଗିବା ଘଟଣାର ତଦନ୍ତ କରିବା ସହ ଗାଁରେ ତୁରନ୍ତ ବିଦ୍ୟୁତ ସଂଯୋଗ କରାଗଲେ ଲୋକେ ଉପକୃତ ହୋଇପାରିବେ ।
 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe