ଚାଲିଗଲା ଫୋନି, ଛାଡ଼ିଦେଇଗଲା ଘନ ଅନ୍ଧକାର ! ଅସ୍ତରଙ୍ଗ ବ୍ଲକରେ ଅନ୍ଧାରରେ ଜୀବନ ବ୍ୟତୀତ କରୁଛନ୍ତି ଅଂଚଳବାସୀ

64
କନକ ବ୍ୟୁରୋ : ସାମୁଦ୍ରିକ ଝଡ଼ ଫୋନି ତାଣ୍ଡବରେ ଉଡ଼ୁଡ଼ି ଯାଇଛି ଅଧା ଓଡ଼ିଶା । ସପ୍ତାହେରୁ ଅଧିକ ସମୟ ବିତିଥିଲେ ହେଁ ସବୁ ଅଂଚଳରେ ବିଜୁଳି ସରବରାହ ସ୍ୱାଭାବିକ ହୋଇପାରିନାହିଁ । ପ୍ରଳୟଙ୍କରୀ ବାତ୍ୟା ଚାଲିଗଲା ସିନା, ହେଲେ ଲୋକଙ୍କୁ ଘନ ଅନ୍ଧକାର ଭିତରକୁ ଠେଲି ଦେଇଗଲା । ଲାଇନ୍ ନାହିଁ, ପାଣି ନଥିବା ଯୋଗୁଁ ଡହକ ବିକଳ ହେଉଛନ୍ତି ଲୋକେ । ବିଦ୍ୟୁତସେବା ନଥିବା ଯୋଗୁଁ ଅସ୍ତରଙ୍ଗ ବ୍ଲକର ବାତ୍ୟା ବିପନ୍ନ ମାନେ ଅନ୍ଧାରେ ଦିନ କାଟୁଛନ୍ତି ।
ସନ୍ଧ୍ୟା ହେଲାମାତ୍ରେ ଗାଁ ତାଟିକବାଟ ପଡ଼ିଯାଉଛି । କିଟିକିଟି ଅନ୍ଧାର ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଜୀବନ ଦୁର୍ବିସହ ହୋଇଯାଉଛି । କେବେ ଆସିବ ବିଜୁଳି ? ଲୋକେ ଚାତକ ପରି ଚାହିଁ ରହିଛନ୍ତି । ତେବେ ଏହି ଅଂଚଳରେ ଏବେ ମହମବତୀ, ଟର୍ଚ୍ଚ ଲାଇଟ୍ କିମ୍ବା କିରୋସିନି ମଧ୍ୟ ମିଳୁନି । ଆଉ ସେଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ ।