ବଦଳିବ ମା’ ତାରିଣୀ ପୀଠର କାୟାକଳ୍ପ,  ୩୧୨ କୋଟି ପ୍ରକଳ୍ପର ଶିଳାନ୍ୟାସ

Advertisment

ଜନସଭାକୁ ସମ୍ବୋଧନ କରି ଦେଖାଇଲେ ବିକାଶର ସ୍ବପ୍ନ । କହିଲେ, ଅଧିକାଂଶ ରାସ୍ତା ହେବ ୬ଥାକିଆ

ଜନସଭାକୁ ସମ୍ବୋଧନ କରି ଦେଖାଇଲେ ବିକାଶର ସ୍ବପ୍ନ । କହିଲେ, ଅଧିକାଂଶ ରାସ୍ତା ହେବ ୬ଥାକିଆ

Ghatgaon

Ghatgaon Photograph: (KanakNews)

କନକ ବ୍ୟୁରୋ: ରାଜ୍ୟର ପ୍ରସିଦ୍ଧ ଦେବୀ ଘଟଗାଁ ତାରିଣୀ ପୀଠ ପାଇଁ ଭଣ୍ଡାର ଖୋଲିଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝର ଯାଇ ଘଟଗାଁରେ ପୀଠର ଉନ୍ନତିକରଣ ନିମନ୍ତେ ୩୧୨ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଗାମୀ ବର୍ଷେ ଭିତରେ ତାରିଣୀ ପୀଠର ଉନ୍ନତୀକରଣ ଶେଷ ହେବ ।  ପ୍ରକଳ୍ପ ସହିତ ଜଡିତ ଡିପିଆର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  ୬୦ ଏକର ଜମିରେ ଏହି ପ୍ରକଳ୍ପ ହେବ । ଏଥି ମଧ୍ୟରେ ପ୍ରମୁଖ ରହିଛି ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ଖାଦ୍ୟ ପ୍ଲାଜା ଓ ୫ ଶହ ଲୋକଙ୍କ ପାଇଁ  ପ୍ରସାଦ ସେବନ ହଲ୍‌ ରହିବ ।

ଅଧିକ ପଢନ୍ତୁ: ଘଟଗାଁ ତାରିଣୀଙ୍କ ଚଇତି ପର୍ବ, ମାଆଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା


ରାଉରକେଲା ଓ ଯାଜପୁର ଭଳି  କେନ୍ଦୁଝର ଏକ ଇସ୍ପାତ ନଗରୀ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝରର ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ  ପ୍ରକ୍ରିୟା ଚାଲିଛି । ଖୁବଶୀଘ୍ର ଏହାର ଶିଳାନ୍ୟାସ ହେବ ।  କେନ୍ଦୁଝରକୁ  ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ କରାଯିବ । ବଡ଼ବିଲରେ  ରିଂରୋଡ୍ ହେବ । ଏଥିପାଇଁ ୨୩୦୦ କୋଟି ଖର୍ଚ୍ଚ ହେବ । କେନ୍ଦୁଝର-ବଡ଼ବିଲ-ଯୋଡ଼ାକୁ ଅର୍ଥନୈତିକ ଜୋନରେ  ପରିଣତ କରିବାକୁ ପଦକ୍ଷେପ ନିଆଯାଉଛି  । କେନ୍ଦୁଝରରେ ହେବ ବାଇପାସ୍, ପାରାଦୀପ-ବଡ଼ବିଲ ଆଠ ଲେନ୍ ରାସ୍ତା, ଟେକ୍ ପାର୍କ, ଡାଟା ସେଣ୍ଟର, ଟେକ୍ସଟାଇଲ ପାର୍କ, ଷ୍ଟାଡିୟମ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝରବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe