କନକ ବ୍ୟୁରୋ: ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ଘଟଗାଁ ମା' ତାରିଣୀଙ୍କ ପୀଠ ଜନସମୁଦ୍ର ପାଲଟିଛି । ମା' ତାରିଣୀଙ୍କର ୮୯ ତମ ଚଇତି ପର୍ବର ଆଜି ୬ଷ୍ଠ ଦିନ ତଥା ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ଆଜି ମାଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ।

Advertisment

ଆଜି ଦିନ ସାଢ଼େ ୧୨ ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା' ତାରିଣୀଙ୍କୁ ଦର୍ଶନ କରି ମା’ଙ୍କର କୃପାଲାଭ କରିବେ । ଏହାକୁ ଦୃଷ୍ଟିରେ ରଖି, ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ଭଜନ, ନୃତ୍ୟ,ଗୀତ ଆୟୋଜନ କରାଯାଉଛି । ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନପ୍ରସାଦ ଓ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି ।