ତଣ୍ଡ ଗଣୁଛନ୍ତି ଜନତା, ମୁଣ୍ଡ ନେଉଛି ଆମ ବସ୍‌: ଅନଭିଜ୍ଞ ଡ୍ରାଇଭରଙ୍କ ହାତରେ ଦିଆଯାଉଛି ଷ୍ଟିୟରିଂ

Advertisment

ପିପିଲିରେ ଜାତୀୟ ରାଜପଥରେ ବାଲି ପାଇଁ ଗଲା ମହିଳା ସାମ୍ବାଦିକାଙ୍କ ସମେତ ୨ଜଣଙ୍କ ଜୀବନ । ସେପଟେ ସରକାରଙ୍କ ନୂଆ ନୂଆ ନିୟମକୁ ନେଇ ବଢୁଛି ଅସନ୍ତୋଷ ।

ପିପିଲିରେ ଜାତୀୟ ରାଜପଥରେ ବାଲି ପାଇଁ ଗଲା ମହିଳା ସାମ୍ବାଦିକାଙ୍କ ସମେତ ୨ଜଣଙ୍କ ଜୀବନ । ସେପଟେ ସରକାରଙ୍କ ନୂଆ ନୂଆ ନିୟମକୁ ନେଇ ବଢୁଛି ଅସନ୍ତୋଷ ।

Ama Bus

Ama Bus Photograph: (KanakNews)

କନକ ବ୍ୟୁରୋ:  ଲୋକଙ୍କ ଗାଡ଼ିକୁ ଜଗୁଛନ୍ତି ସରକାର । କିନ୍ତୁ ସରକାରଙ୍କ ଅଧୀନରେ ଥିବା ଗାଡ଼ିକୁ ଜଗିବ କିଏ? ଆମେ କହୁଛୁ 'ଆମ ବସ୍‌' କଥା । ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣାକୁ ୩ ଦିନ ବିତିଥିଲେ ବି, ଏଯାଏଁ ଲୋକଙ୍କ ମନରୁ ଦୂରେଇନି ଅସନ୍ତୋଷ । ଗୋଟିଏ ପଟେ ଲୋକଙ୍କ ଉପରେ ବୋଝ ପରେ ବୋଝ ଲଦା ଚାଲିଥିବା ବେଳେ, ଆମ ବସ୍‌ ବିପଦର କାରଣ ପାଲଟିବା ସରକାରଙ୍କୁ ଜନତାଙ୍କ କାଠଗଡ଼ାରେ ଠିଆ କରିଛି ।      
ଆମକୁ ଏତେ ଜଗୁଛ, ‘ଆମ ବସ୍‌’କୁ ଜଗିବ କେବେ? 
ଆମେ ତଣ୍ଡ ଗଣୁଛୁ, ହେଲେ ତୁମେ ଗଣିବ କେବେ? 
ଆମ ପାଇଁ ଜରିମାନା, ତୁମ ପାଇଁ ଖାଲି ବାହାନା?   
ଆମ୍‌ ବସ୍‌ର ମତିଗତି ଦେଖି ସରକାରକୁ କିଛି ଏମିତି ପଚାରିବା ଆରମ୍ଭ କଲେଣି ଲୋକେ। ‘ଆମ ବସ୍‌’କୁ କହିଲେଣି ‘ଯମ ବସ୍‌’ । ଶନିବାର ଦୁର୍ଘଟଣା ପରେ, ସାମ୍ନାକୁ ଆସୁଛି ଅନେକ ଚାଞ୍ଚଲ୍ୟକର କଥା ।
- ଡ୍ରାଇଭରଙ୍କର ଇଲେକ୍‌ଟ୍ରିକ୍ ବସ୍‌ରେ ଆଦୌ ଅଭିଜ୍ଞତା ନଥିଲା
- ଡିଜେଲ ବସ୍‌ର ଚାଳକ ସେଦିନ ପ୍ରଥମ ଥର ଇଲେକ୍‌ଟ୍ରିକ୍ ବସ୍ ଚଳାଉଥିଲେ
- ବସ୍‌ ଅଟକାଇବା ବେଳେ ଇ-ବସ୍‌ର ହ୍ୟାଣ୍ଡବ୍ରେକ୍ ଖୋଜି ପାଇନଥିଲେ
- ବିବ୍ରତ ହୋଇ ବ୍ରେକ୍ ବଦଳରେ ଆକ୍ସିଲେରେଟର୍ ଚାପି ଦେଇଥିଲେ 
ଏସବୁ ସତ ହୋଇଥିଲେ ସାଂଘାତିକ। ଇ- ବସ୍‌ରେ ତାଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇଥିଲା କି ନାହିଁ, ତାହା ବଡ଼ ପ୍ରଶ୍ନ । ଗୋଟିଏ ଦୁର୍ଘଟଣା ପରେ, କ୍ରୁଟ୍‌ ଓ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଥିଲେ ବି, ପୁଣି ଦୁର୍ଘଟଣା ଘଟିଲେ ସେଇ ଅଧ୍ୟାୟର ପୁନରାବୃତ୍ତି ହେଲା ଭଳି ଲାଗୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।  ଫେବ୍ରୁଆରି ୧ରୁ ଗାଡ଼ି ମାଲିକଙ୍କ ଉପରେ ବଢ଼ିବ ଚାପ । ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କିମ୍ୱା ଜରିମାନା ବାକି ଥିଲେ ଫାସ୍‌ଟ୍ୟାଗ୍ ସକ୍ରିୟ ହେବନି । ସାଧାରଣ ପରିବହନ ଗାଡ଼ିରେ ଲୋକେସନ୍ ଟ୍ରାକିଂ ଯନ୍ତ୍ର ବାଧ୍ୟତାମୂଳକ କରାଯାଇଛି । ଗାଡ଼ି ସ୍ପିଡ୍ ସାଇନ୍‌ ବୋର୍ଡ ନ ଲଗାଇ ଜୋରଜବରଦସ୍ତ ଜରିମାନା ଆଦାୟର ବି ଅଭିଯୋଗ ହେଉଛି ।  ଗୋଟିଏ ପଟେ ଗାଡ଼ି ମାଲିକ ଓ ଚାଳକଙ୍କ ଉପରେ ସରକାର ବୋଝ ଲଦି ଚାଲିଥିବା ବେଳେ, ଅନ୍ୟପଟେ ନିଜ ଅଧୀନରେ ଥିବା ଗାଡ଼ିର ବେପରୁଆପଣକୁ ଆଖି ବୁଜିଦେବା ଜନଅସନ୍ତୋଷର କାରଣ ପାଲଟିଛି ।
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe