କନକ ବ୍ୟୁରୋ: ପିପିଲିରେ ପୁଣି ଆମ ବସ ସହିତ ଧକ୍କା ଦେଲା କାର । ପିପିଲି ଦରଡ଼ା ସିଡ଼ି ଛକ ନିକଟରେ ଆମ ବସ କୁ ଧକ୍କା ।  ପିପିଲି ଜାତୀୟ ରାଜପଥରେ ଘଟିଛି ସିରିଜ ଦୁର୍ଘଟଣା । ପଛକୁ ପଛ ପିଟି ହୋଇଛି ଦୁଇଟି କାର । ପୁରୀ ଅଭିମୁଖେ ଯାଉଥିବା ବେଳେ କୋଣାର୍କ ଯାଉଥିବା ୭୦ ନମ୍ବର ରୁଟର ବସ ପଛରେ ପିଟି ହୋଇ ଘଟିଛି ଦୁର୍ଘଟଣା । 

Advertisment

ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡ୍‌ରେ ପରିବହନ ବିଭାଗ, ରାଜଧାନୀରେ ଆମ ବସ୍ ଚେକିଂ ପ୍ରକ୍ରିୟା କଡ଼ାକଡି

ଗତ ୩ ତାରିଖରେ ଭୁବନେଶ୍ୱରର ରୁପାଲି ଛକରେ  ଦ୍ରୁତଗାମୀ ‘ଆମ ବସ୍’ ଏକ ଅଟୋକୁ ପଛରୁ ଜୋରରେ ଧକ୍କା ଦେଇଥିଲା ।  ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ ମାଡ଼ରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା  ।    

ଷ୍ଟୋରୀ ଅପଡେଟ୍ ହେଉଛି..