କନକ ବ୍ୟୁରୋ: ବଜେଟ ଅଧିବେଶନର ପଞ୍ଚମ ଦିନ । ଆଜି ବି ଆରମ୍ଭ ହେଉ ହେଉ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ଗୃହରେ ବିରୋଧୀଙ୍କ ଜୋରଦାର ନାରାବାଜି ଯୋଗୁ ଦିନ ସାଢେ ୧୧ଟା ଯାଏ ମୁଲତବି ଘୋଷଣା । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ମାତ୍ର ୭ ମିନିଟ୍ ଚାଲିଲା ଗୃହ । ପୁଣି ମଣ୍ଡି ଏବଂ କଟନି ଛଟନି ପ୍ରସଙ୍ଗ ନେଇ ଗୃହରେ ହୋଇଥିଲା ହଙ୍ଗାମା ।
ଅଧିକ ପଢନ୍ତୁ: ଚତୁର୍ଥ ଦିନରେ ବି ବିଧାନସଭାରେ ଉଠିଲା ମଣ୍ଡି ପ୍ରସଙ୍ଗ, ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟକାଳ
୩ ଦିନ ଧରି ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁଛି। ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିରୋଧୀ । ଏପଟେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ, ଆଇନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତା ଉପରେ ରହିଛି ନଜର ରହିଛି। ସେହିପରି ଅପରାହ୍ନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଉପସ୍ଥାନ ହେବାର ଅଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/21/odisha-assembly-2026-02-21-10-51-12.webp)